କର୍ମଜୀବୀ ମହିଳାଙ୍କୁ ଭୋଗିବାକୁ ପଡ଼ିଥାଏ ଏହି ସବୁ ସମସ୍ୟା, ସ୍ବାମୀମାନେ ଜାଣି ରଖିବା ଉଚିତ

ଆଜିକାଲି ମହିଳାମାନେ ନିଜ ଗୋଡ଼ରେ ଛିଡ଼ାହେବାକୁ ଚାହାଁନ୍ତି। ଯେପରି ସେମାନେ ନିଜେ କିଛି ରୋଜଗାର କରିପାରିବେ ଏବଂ ନିଜ ଆବଶ୍ୟକତା ପୂରଣ ପାଇଁ ଆଉ କାହା ଆଗରେ ହାତ ପତାଇବେ ନାହିଁ। କିନ୍ତୁ ସବୁ ମହିଳା ଜାଣିଥାଆନ୍ତି, ଜଣେ କର୍ମଜୀବୀ ମହିଳାଙ୍କ ଜୀବନ ଏତେ ସହଜ ହୋଇ ନ ଥାଏ। ତାଙ୍କୁ ଘର-ପରିବାରର ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା କର୍ମଜୀବୀ ମହିଳାଙ୍କର କ’ଣ ରହିଛି ସମସ୍ୟା।

ମହିଳାମାନେ ଯେତେ ବି ପଇସା ରୋଜଗାର କରନ୍ତୁ ନା କାହିଁକି, ତାଙ୍କୁ ଘରର ସବୁ କାମ କରିବାକୁ ପଡ଼ିଥାଏ। ଘରର ପୁରୁଷମାନେ ଏହି କାମରେ ଆଦୌ ହାତ ଦିଅନ୍ତି ନାହିଁ। ତେଣୁ କର୍ମଜୀବୀ ମହିଳାଙ୍କ ଉପରେ ଉଭୟ ଆଡ଼ୁ କାମର ବୋଝ ରହିଥାଏ। ତେଣୁ ସେମାନେ ଜଲଦି ଥକିପଡ଼ନ୍ତି।
ଯେଉଁ ମହିଳାଙ୍କର ଛୁଆ ଅଛନ୍ତି, ସେମାନଙ୍କ ପାଇଁ ଚାକିରି କରିବା ଏବଂ ଘର ସମ୍ଭାଳିବା ଆହୁରି ମୁସ୍କିଲ ହୋଇଯାଇଥାଏ। କାହିଁକି ନା, ଛୋଟ ପିଲାଙ୍କ ଦେଖାଶୁଣା କରିବାରେ ସମୟ ଦେବାକୁ ପଡ଼ିଥାଏ। ତେଣୁ ଘରର ପୁରୁଷ ଚାହିଁଲେ, ସେମାନେ ବି ଛୁଆର ଦେଖାଶୁଣା କରି ମହିଳାଙ୍କ କାମକୁ ସାମାନ୍ୟ ହାଲୁକା କରିପାରିବେ।

ଏହାସହିତ ମହିଳାମାନଙ୍କୁ ଅଫିସରେ ମଧ୍ୟ କାମର ପ୍ରେସର ରହିଥାଏ। ସେପଟେ ଅଫିସର କିଛି ପୁରୁଷ ସହକର୍ମୀ ମହିଳାମାନେ ଅଫିସର କିଛି କାମ ଠିକ୍ ଭାବେ କରିପାରନ୍ତି ନାହିଁ ବୋଲି ସେମାନଙ୍କୁ କମେଣ୍ଟ କରନ୍ତି, ଯେଉଁଥିପାଇଁ ମହିଳାମାନେ ସମସ୍ୟାରେ ପଡ଼ିଥାଆନ୍ତି।
ଯଦି ଘରର ମହିଳାମାନେ ସ୍ବାମୀଙ୍କଠାରୁ ଅଧିକ ପଇସା ରୋଜଗାର କରନ୍ତି, ତା’ହେଲେ ସ୍ବାମୀଙ୍କ ଆତ୍ମସମ୍ମାନକୁ ଠେସ୍ ପହଞ୍ଚିଥାଏ। ଆଉ ତାଙ୍କୁ ସ୍ତ୍ରୀ ଚାକିରି କରିବା ପସନ୍ଦ ଆସି ନ ଥାଏ। ଏଭଳି ନ କରି ସ୍ବାମୀଙ୍କୁ ନିଜ ସ୍ତ୍ରୀ ପାଇଁ ଖୁସି ହେବା ଦରକାର।




