IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମାତ୍ର ୧୦ ଦିନ ରସୁଣ ତେଲ ବ୍ୟବହାର କରି କେଶକୁ କରନ୍ତୁ ମୁଲାୟମ ଓ ରୂପିମୁକ୍ତ

କଳା ଘନ କେଶ ପାଇବାକୁ କିଏ ବା ନ ଚାହେଁ। ସବୁ ଝିଅଙ୍କ ସ୍ୱପ୍ନ ଥାଏ ତାଙ୍କ କେଶ କଳା, ମୋଟା ଓ ଲମ୍ବା ହେଉ। କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ଝିଅମାନେ ନିଜ କେଶର ଯତ୍ନ ନେଇପାରୁନାହାନ୍ତି। ଫଳରେ କେଶ ରୁକ୍ଷ ହେବା ସହ ଦୁଇମୁହାଁ ହୋଇଯାଉଥିବା ଦେଖିବାକୁ ମିଳୁଛି। ଆପଣ ମଧ୍ୟ ଯଦି ଏଭଳି କେଶଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ରସୁଣ ତେଲ ବ୍ୟବହାର କରନ୍ତୁ। ଏହି ତେଲ କେଶକୁ କୋମଳ ଓ ଲମ୍ବା କରିବାରେ ସାହାଯ୍ୟ କରେ। ମାତ୍ର ୧୦ ଦିନରେ ରସୁଣ ତେଲ ଆପଣଙ୍କ କେଶରେ କମାଲ ଦେଖାଇବ। ଆସନ୍ତୁ ଜାଣିବା ରସୁଣ ତେଲର ଅନ୍ୟ ଉପକାରିତା…

  • ରସୁଣ ତେଲ କେଶକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇଥାଏ। କେଶକୁ ମୂଳରୁ ମଜଭୁତ କରିବାରେ ଏହା ସାହାଯ୍ୟ କରେ। ଏହି ତେଲ କେଶ ଝଡ଼ିବାକୁ ରୋକିଥାଏ।
  • ମୁଣ୍ଡରେ ହେଉଥିବା ଇନ୍‌ଫେକସନ୍‌ ରୋକିବାରେ ମଧ୍ୟ ରସୁଣ ତେଲ ସାହାଯ୍ୟ କରେ। ରସୁଣରେ ମହଜୁଦ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଇନ୍‌ଫେକସନ୍‌କୁ ଭଲ କରେ। ଫଳରେ କେଶ ଭଲ ଭାବେ ବଢ଼ିଥାଏ। ଶୀତଦିନେ ରସୁଣ ତେଲ ଲଗାଇବା ଅଧିକ ଲାଭଦାୟକ ହୋଇଥାଏ।

  • କେଶ ମୂଳ ମଜଭୁତ ନଥିଲେ ମଧ୍ୟ ଚୁଟି ଝଡ଼ିଥାଏ। ମୂଳକୁ ମଜଭୁତ କରିବା ପାଇଁ ଆପଣ ରସୁଣ ତେଲ ବ୍ୟବହାର କରିପାରିବେ। ରସୁଣରେ ଭିଟାମିନ୍‌ ବି ଅଧିକ ମାତ୍ରାରେ ରହିଥାଏ, ଯାହା କେଶକୁ ପୁଷ୍ଟି ଯୋଗାଏ। ଏଥିରେ ଥିବା ସେଲେନିୟମ ରକ୍ତ ସଞ୍ଚାଳନକୁ ତ୍ୱରାନ୍ଵିତ କରିଥାଏ। ଫଳରେ କେଶ ମୋଟା ହୁଏ।
  • କେଶରେ ଦେଖାଦେଉଥିବା ରୂପି ସମସ୍ୟାକୁ ଦୂର କରିବାରେ ମଧ୍ୟ ରସୁଣ ତେଲ ସାହାଯ୍ୟ କରେ। ଖାସ୍‌ କରି ଶୀତଦିନେ ଅଧିକ ରୁପି ହୋଇଥାଏ। ଏଥିରୁ ମୁକ୍ତି ପାଇବାକୁ ଆପଣ ସପ୍ତାହକୁ ଥରେ ରସୁଣ ତେଲ ବ୍ୟବହାର କରନ୍ତୁ। ଦେଖିବେ ମାତ୍ର କିଛି ଦିନ ମଧ୍ୟରେ ରୂପି ସଫା ହୋଇଯିବ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button