ରାଜନୀତି

ନଭେମ୍ୱରରୁ ସାର ରାଜ୍ୟ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନଭେମ୍ୱରରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାର ରାଜ୍ୟ ଗସ୍ତ କରିବେ । ଦଳର କର୍ମୀ ଓ ତୃଣମୁଳ ସ୍ତରର ନେତାମାନଙ୍କୁ ଭେଟିବା ପାଇଁ ନଭେମ୍ୱର ମାସରୁ ସାରା ରାଜ୍ୟ ଗସ୍ତ କରିବେ ନବୀନ ପଟ୍ଟନାୟକ। ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟସ୍ତରିୟ ସମନ୍ୱୟ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାଙ୍ଗଠନିକ ପୁନର୍ଗଠନ ପାଇଁ ସଭାପତିଙ୍କୁ ପ୍ରସ୍ତାବ ଦେଇଥିଲେ।ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାବାସୀ ବିଜୁ ଜନତା ଦଳକୁ ୨୪ ବର୍ଷଧରି ନିରନ୍ତର ଭାବରେ ଆର୍ଶୀବାଦ ଦେଇଆସିଛନ୍ତି, ସେଥିପାଇଁ ଆମେ ସମସ୍ତେ ଓଡ଼ିଶାବାସୀଙ୍କ ନିକଟରେ ଋଣୀ। ଏହାସହ ଆଗକୁ କଠିନ ପରିଶ୍ରମ କରି ଲୋକଙ୍କ ସେବା ଜାରି ରଖିବା ପାଇଁ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button