ରାଜନୀତି

ବିଜେପିରେ ମିଶିଲେ ନାଲକୋର ପୂର୍ବତନ ସିଏମଡି – Ibnodisha

[ad_1]

ଭୁବନେଶ୍ବର: ନାଲକୋର ପୂର୍ବତନ ସିଏମଡି ଡକ୍ଟର ତପନ ଚାନ୍ଦ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଆଜି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା। ‌ଡକ୍ଟର ତପନ ଚାନ୍ଦ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସହ ଛାତ୍ରଜୀବନରେ ଜଡ଼ିତ ଥିଲେ।ସେ ଉତ୍କଳ ବିଶ୍ବବିଦ୍ୟାଳୟ ଛ‌ାତ୍ରସଂସଦର ସଭାପତି ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ୮୦ ଦଶକରେ ଡ. ଚାନ୍ଦ ଛାତ୍ର ଜୀବନରୁ ଏବିଭିପି, ଆରଏସ୍ଏସ୍ ଏବଂ ବିଜେପି ସହିତ ଜଡିତ ଥିଲେ। ଏବିଭିପି ସମର୍ଥନରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଛ‌ାତ୍ରସଂସଦର ସଭାପତି ରୂପେ ନିର୍ବାଚିତ ହୋଇଥିଲେ। ୩ ଦଶନ୍ଧିରୁ ଅଧ‌ିକ ସମୟ ଧରି ସେ ଇସ୍ପାତ କାରଖାନା, କୋଲଇଣ୍ଡିଆ ଏବଂ ନାଲ୍‌କୋ ଭଳି ବୃହତ ଶିଳ୍ପ ସଂସ୍ଥାରେ ଡାଇରେକ୍ଟର ଏବଂ ଚେୟାରମ୍ୟାନ୍ ଭାବେ ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଛନ୍ତି । ସଂହତି, ସ୍ୱଚ୍ଛତା ଏବଂ ଉତ୍ସର୍ଗ ମନୋଭାବ ନେଇ ଡ. ଚାନ୍ଦ ସେଣ୍ଟ୍ରାଲ କୋଲ୍, ବିଶାଖାପାଟଣା ଇସ୍ପାତ କାରଖାନା ଏବଂ ନାଲ୍‌କୋରେ ନିଜ ଉଲ୍ଲେଖନୀୟ କାର୍ୟ୍ୟଦକ୍ଷତା ପାଇଁ ସମସ୍ତଙ୍କ ଠାରୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଡ. ଚାନ୍ଦ ନାଲ୍‌କୋକୁ ଏକକ କମ୍ପାନୀରୁ ବହୁମୁଖୀ କମ୍ପାନୀରେ ପରିବର୍ତ୍ତନ କରିଥିଲେ । ଏହି ମିଶ୍ରଣ ପର୍ବରେ ଅନ୍ୟ କେତେକ ପ୍ରାକ୍ତନ ସରକାରୀ ଅଧିକାରୀ ମଧ୍ୟ ଦଳରେ ମିଶିଛନ୍ତି। ଏହି କାର୍ୟ୍ୟକ୍ରମରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button