ରାଜନୀତି

ରାଜସ୍ଥାନରେ ସମସ୍ତ ୨୫ଟି ଯାକ ଆସନରେ ପ୍ରାର୍ଥୀ ଚୂଡାନ୍ତ; ୧୦ ଆସନରେ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେବ ବିଜେପି – Ibnodisha

[ad_1]

ଜୟପୁର: ଲୋକସଭା-୨୦୨୪କୁ ଦୃଷ୍ଟିରେ ରଖି ବିଜେପି ଏବେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିବାକୁ ଯାଉଛି । ତେବେ ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଜେପି କେତେକ ରାଜ୍ୟର ଚୂଡାନ୍ତ ପ୍ରାର୍ଥୀଙ୍କୁ ସ୍ଥାନିତ କରିଥିବା ସୂଚନା ମିଳିଛି । ଏସବୁ ରାଜ୍ୟ ମଧ୍ୟରେ ରାଜସ୍ଥାନ ଅନ୍ୟତମ ରହିଛି । ରିପୋର୍ଟ ଅନୁସାରେ ବିଜେପିର ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଜେପି ରାଜସ୍ଥାନର ସମସ୍ତ ୨୫ଟି ଯାକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିସାରିଛି । ତେବେ ଏହି ୨୫ ଚୂଡାନ୍ତ ପ୍ରାର୍ଥୀଙ୍କ ମଧ୍ୟରେ ୧୦ଜଣ ନୂଆ ମୁହଁଙ୍କୁ ଏଥର ବିଜେପି ସାମିଲ କରିଛି । ଅର୍ଥାତ୍ ପୂର୍ବ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିବା ଦଳର ୧୦ ସାଂସଦଙ୍କୁ ବିଜେପି ଏଥର ଟିକଟ ବଣ୍ଟନ ପ୍ରକ୍ରିୟାରୁ ବାଦ୍ ଦେଇଛି । ତେବେ କେଉଁ ୧୫ ପୁରୁଣା ସାଂସଦଙ୍କୁ ବିଜେପି ଏଥର ରିପିଟ୍ କରିବ, କେଉଁ ୧୦ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ମିଳିବ ଏବଂ ଏମାନଙ୍କୁ କେଉଁ ଲୋକସଭା ଆସନରୁ ଟିକଟ ଦିଆଯିବ ସେନେଇ ଏବେ ଠାରୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button