ରାଜନୀତି

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର – Ibnodisha

[ad_1]

ଫୁଲବାଣୀ: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରେ ପରେ ଫୁଲବାଣୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦେବେନ୍ଦ୍ର କହଁର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦୀର୍ଘ ୧୫ ବର୍ଷ ଧରି ଦଳ ପାଇଁ ‌ସେ କାର୍ଯ୍ୟ କରିଛନ୍ତି। ମାତ୍ର ବର୍ତ୍ତମାନ ତାଙ୍କୁ ଦଳରେ ଅଣଦେଖା କରା ଯାଉଥିବା ଅନୁଭବ କରୁଥିବାରୁ ଇସ୍ତଫା ଦେବାକୁ ଉଚିତ୍‌ ମଣିଛନ୍ତି ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଦେବେନ୍ଦ୍ର ଚଳିତ ସାଧାରଣ ନିର୍ବାଚନ ପାଇଁ ଫୁଲବାଣୀ ବିଧାନସଭାରୁ ବିଜେଡି ଟିକେଟ୍‌ ଆଶାୟୀ ଥିଲେ। କିନ୍ତୁ ଦଳ ଆଜି ଫୁଲବାଣୀ ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଜୟଶ୍ରୀ କହଁରଙ୍କ ନାମ ଘୋଷଣା କରିବା ପରେ ଦେବେନ୍ଦ୍ର ଦଳରୁ ଇସ୍ତଫା ଦେଇଛନ୍ତି। ଗତ ୨୦୦୯ ସାଧାରଣ ନିର୍ବାଚନରେ ଦେବେନ୍ଦ୍ର ଫୁଲବାଣୀ ଆସନରୁ ବିଜେଡିରୁ ଲଢ଼ି ବିଜୟୀ ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ୨୦୧୪ ଏବଂ ୨୦୧୯ରେ ତାଙ୍କୁ ଟିକେଟ୍‌ ଦିଆଯାଇ ନଥିଲା।

ବିଜେଡି ଛାଡ଼ିଲେ ବିଧାୟକ ପର୍ଶୁରାମ ଧଡ଼ା

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button