ରାଜନୀତି

ସମାଜବାଦୀ ପାର୍ଟିର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ପାଣ୍ଡେ – Ibnodisha

[ad_1]

ନୂଆଦିଲ୍ଲୀ : ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହାରି ଭିତରେ ବିଧାନସଭାର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ପାଣ୍ଡେ। ସେ ସମାଜବାଦୀ ପାର୍ଟିର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ ତୁଲାଉଥିଲେ । ତାଙ୍କର ଇସ୍ତଫା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଲାଗିଛି ବଡ ଝଟ୍‌କା । ଏନେଇ ସେ ଅଖିଳେଶଙ୍କ ପାଖକୁ ଚିଠି ଲେଖି ଜଣାଇଛନ୍ତି।ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ମତଦାନ ଜାରି ରହିଛି। ଏହା ପୂର୍ବରୁ ଅଖିଳେଶଙ୍କ ହାତ ଛାଡି ଦେଇଛନ୍ତି ମୁଖ୍ୟ ସଚେତକ ମନୋଜ ପାଣ୍ଡେ। ରାଜ୍ୟସଭା ନିର୍ବାଚନ ଚାଲିଥିବା ବେଳେ ସେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟିଂ କରିପାରନ୍ତି ବୋଲି କୁହାଯାଉଛି। ସୂଚନା ମୁତାବକ ଦଳ ଛାଡିବା ପରେ ମନୋଜ ପାଣ୍ଡେ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇପାରନ୍ତି। ସେ ବିଜେପି ଟିକେଟ୍‌ରୁ ରାଏବରେଲି ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ଅଥବା ଯୋଗୀ କ୍ୟାବିନେଟ୍‌ରେ ସାମିଲ ହୋଇପାରନ୍ତି। କେବଳ ସେତିକି ନୁହେଁ ତାଙ୍କୁ ଉପ-ବାଚସ୍ପତିର ପଦ ମଧ୍ୟ ଯୋଗୀ ସରକାର ଦେଇପାରନ୍ତି ବୋଲି କୁହାଯାଉଛି।ସେହିପରି ସମାଜବାଦୀ ପାର୍ଟିର ଆଉ ତିନି ଜଣ ବିଧାୟକ ମଧ୍ୟ ବିଜେପି ସପକ୍ଷରେ ଭୋଟ କରିବା ନେଇ ଇସାରା ଦେଇଛନ୍ତି। ବିଧାୟକ ଅଭୟ ସିଂହ, ରାକେଶ ପ୍ରତାପ ସିଂହ ଓ ରାକେଶ ପାଣ୍ଡେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେମାନେ ନିଜ ଅନ୍ତରଆତ୍ମାର କଥା ଶୁଣି ଭୋଟ୍ ଦେବେ। ଏଥି ସହିତ ପଲ୍ଲଭି ପଟେଲ ମଧ୍ୟ ଏସପିକୁ ଛଟକା ଦେଇପାରନ୍ତି। ରାକେଶ ପ୍ରତାପ ସିଂହଙ୍କ କାରରୁ ସମାଜବାଦୀ ପାର୍ଟି ପତାକା ମଧ୍ୟ ହଟାଇ ଦିଆଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button