ରାଜନୀତି

ହିମାଚଳ ପ୍ରଦେଶରେ ରାଜନୈତିକ ହଟଚମଟ : ବିଜେପି ସଂସ୍ପର୍ଶରେ ୬ ବିଦ୍ରୋହୀ କଂଗ୍ରେସ ଓ ୩ ନିର୍ଦ୍ଦଳୀୟ ବିଧାୟକ – Ibnodisha

[ad_1]

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି । ୬ ଜଣ କଂଗ୍ରେସ ବିଧାୟକ ଓ ଅନ୍ୟ ତିନି ନିର୍ଦ୍ଦଳୀୟ ବିଧାୟକ ବିଜେପି ସହ ସଂପର୍କରେ ଥିବା କୁହାଯାଉଛି। ସେମାନେ ଚାହୁଁଛନ୍ତି ରାଜ୍ୟରେ ବିଜେପି ସରକାର ଗଢ଼ୁ। ଏମାନଙ୍କ ସହ ବିଜେପି ବିଧାୟକ ତ୍ରିଲୋକ ସିଂହ ଓ ବିକ୍ରମ ଠାକୁର ଥିବା ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି। ସେମାନେ ଉତ୍ତରାଖଣ୍ଡର ଋଷିକେଶରେ ଥିବା ବି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପି ସେମାନଙ୍କୁ ମାର୍ଗଦର୍ଶନ କରୁଥିବାର ଅଭିଯୋଗ ଆଣିଛନ୍ତି ସେ।ସୂଚନାନୁସାରେ ପୂର୍ବରୁ ୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ବିଧାୟକମାନେ ବାଚସ୍ପତିଙ୍କ ଅଯୋଗ୍ୟତା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି। ବିଧାନସଭାରେ ବଜେଟ୍ ସମୟରେ ଅନୁପସ୍ଥିତ ଥିବା ଦର୍ଶାଇ ବାଚସ୍ପତି ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ବାଚସ୍ପତିଙ୍କ ନିଷ୍ପତ୍ତିକୁ ରଦ୍ଦ କରିବାକୁ ବିଧାୟକମାନେ ଦାବି କରିଛନ୍ତି। ନିକଟରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଏହି ୬ ଜଣ କଂଗ୍ରେସ ବିଧାୟକ କ୍ରସ୍ ଭୋଟ୍ ଦେଇଥିଲେ, ଯେଉଁଥିପାଇଁ ବିଜେପିର ହର୍ଷ ମହାଜନ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭିଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।ପରେ ଏହି ବିଧାୟକମାନେ ବିଜେପି ସପକ୍ଷରେ ବୟାନ ଦେଉଥିବା ଦେଖିବାକୁ ମିଳିଥିଲା। ଏହି ବିଧାୟକମାନଙ୍କ କ୍ରସ୍ ଭୋଟିଂ ପରେ ରାଜ୍ୟର ସୁଖବିନ୍ଦର ସିଂହ ସୁଖୁ ସରକାର ଉପରେ ସଙ୍କଟର ବାଦଲ ସୃଷ୍ଟି ହୋଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button