ରାଜ୍ୟ

ରାତିଅଧିଆ ମରାମତି ପଛରେ ଅସଲ ଉଦ୍ଦେଶ୍ୟ କ’ଣ? ଛିଡ଼ା ହୋଇପାରୁନି ଭାଙ୍ଗିପଡ଼ିଥିବା ହକି ଷ୍ଟାଚ୍ୟୁ – Ibnodisha

[ad_1]

ମରାମତି ପାଇଁ ପଶୁଥିଲା କ୍ରେନ୍‌, ପେଭର୍‌ ବ୍ଳକ୍‌ ଭାଙ୍ଗିଲା

ରାଉରକେଲା: ରାଉରକେଲା ବିମାନବନ୍ଦର ରୋଡ୍‌ରେ ଥିବା ବିଶାଳ ହକି ଷ୍ଟାଚ୍ୟୁ ଭାଙ୍ଗିବାର ଦୁଇ ମାସରୁ ଅଧିକ ସମୟ ବିତିଲାଣି। କିନ୍ତୁ ଏଯାଏ ଏହା ପୁନଃ ଛିଡ଼ା ହୋଇପାରିନି। ସମ୍ଭବତଃ ମରାମତି କାର୍ଯ୍ୟ ସଂପନ୍ନ ହୋଇନଥିବାରୁ ପ୍ରାୟ ୮୧ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମିତ ଏହି ପାର୍କକୁ ଘୋଡ଼ାଇ ରଖାଯାଇଛି। ତେବେ କେବଳ ଅନ୍ଧାରରେ ଏହାର ମରାମତି କାର୍ଯ୍ୟ କରାଯାଉଥିବାରୁ ଭିନ୍ନ ଭିନ୍ନ ପ୍ରଶ୍ନ ଉଙ୍କି ମାରିଛି।

ଶନିବାର ସନ୍ଧ୍ୟାରେ ସମ୍ଭବତଃ ଷ୍ଟାଚ୍ୟୁକୁ ଉଠାଇବା ବା ସ୍ଥାନାନ୍ତର ପାଇଁ ଏକ କ୍ରେନ୍‌ ପାର୍କ‌୍ ଭିତରକୁ ପ୍ରବେଶ କରିଥିଲା। ତେବେ କ୍ରେନ୍‌ର ମାତ୍ରାଧିକ ଓଜନ ଯୋଗୁ ସେଠାରେ ଲାଗିଥିବା ପେଭର୍‌ ବ୍ଲକ୍‌ ଭାଙ୍ଗିବା ସହ ଉପୁଡ଼ିଯାଇଥିଲା। କ୍ରେନ୍‌ ଚାଳକ ଭିତରକୁ ପ୍ରବେଶ କରିବାକୁ ଯଥାସାଧ୍ୟ ପ୍ରୟାସ କରିଥିଲେ; କିନ୍ତୁ ଫେବର୍‌ ବ୍ଲକ ଅତ୍ୟଧିକ କ୍ଷତିଗ୍ରସ୍ତ ହେବାରୁ ଅଧାରୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। କେବଳ ରାତିରେ ମରାମତି/ନିର୍ମାଣ କରିବା ପଛରେ ଅସଲ ଉଦ୍ଦେଶ୍ୟ କ’ଣ? ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଲ୍ଳେଖଯୋଗ୍ୟ, ହକି ବିଶ୍ବକପ୍‌ ପୂର୍ବରୁ ରାଉରକେଲା ଇସ୍ପାତ ସହରରେ ଏକାଧିକ ଭିତ୍ତିଭୂମିର ବିକାଶ ତଥା ସୌନ୍ଦର୍ଯ୍ୟକରଣ କାମ କରାଯାଇଥିଲା।

ଏହି କ୍ରମରେ ବିର୍ସା ମୁଣ୍ଡା ଷ୍ଟାଡିୟମ ଗେଟ୍‌ ନମ୍ବର-୨କୁ ଯିବା ରାସ୍ତାରେ ପ୍ରାୟ ଅଧା ଏକର ଜମିରେ ସ୍କ୍ରାପ୍‌ ଲୁହାରେ ଏକ ବିଶାଳ ଷ୍ଟାଚ୍ୟୁ ସମେତ ପାର୍କ ନିର୍ମାଣ କରାଯାଇଥିଲା। କେବଳ ଷ୍ଟାଚ୍ୟୁ ନିର୍ମାଣ ପାଇଁ ୩୦ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟ କରାଯାଇଥିବାବେଳେ ପାର୍କରେ ଆଲୋକସଜ୍ଜା, ରେଲିଂ ବ୍ୟବସ୍ଥା, ଭିତ୍ତିଭୂମି ବିକାଶ ପାଇଁ ୫୦ ଲକ୍ଷ, ମୋଟ୍‌ ୮୦ ଲକ୍ଷ ୬୧ ହଜାର ଟଙ୍କା ବ୍ୟୟ କରାଯାଇଥିଲା। ଭୁବନେଶ୍ବରର ମୂର୍ତ୍ତି ନିର୍ମାଣକାରୀ ସଂସ୍ଥା ‘ଇମାଜେରୀ’ ଏହି ମୂର୍ତ୍ତିକୁ ନିର୍ମାଣ କରିଥିଲା। ୨୦୨୨ ମସିହା ସେପ୍ଟେମ୍ବର ୯ ତାରିଖରୁ ଏହି ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିବାବେଳେ ୩ ମାସ ଭିତରେ ଷ୍ଟାଚ୍ୟୁର ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଥିଲା। ଜାନୁଆରି ୭ ତାରିଖରେ ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଷ୍ଟାଚ୍ୟୁ ଅନାବରଣ କରିଥିଲେ। ତେବେ ଜୁନ ୧୧ ତାରିଖ ଦିନ ପ୍ରାୟ ୧ଟା ୧୫ ମିନିଟ୍‌ରେ ସାମାନ୍ୟ ପବନରେ ଏହି ବିଶାଳ ଷ୍ଟାଚ୍ୟୁ ଭାଙ୍ଗିଯାଇଥିଲା। ‌ନିମ୍ନମାନର କାମ ଓ ବ୍ୟାପକ ଦୁର୍ନୀତି ଯୋଗୁଁ ଷ୍ଟାଚ୍ୟୁ ଭାଙ୍ଗିବା ଅଭିଯୋଗ ହେବାପରେ ଆର୍‌ଏମ୍‌ସି ପକ୍ଷରୁ ରାତିଅଧିଆ ଏହାକୁ ଘୋଡ଼ାଇ ଦିଆଯାଇଥିଲା। ଏମିତିକି ଦୁର୍ବୃତ୍ତ ଷ୍ଟାଚ୍ୟୁକୁ କାଟିଦେଇଥିବା ନେଇ ଆର୍‌ଏମ୍‌ସି ପକ୍ଷରୁ ଛେଣ୍ଡ୍‌ ଥାନାରେ ଏତଲା ଦିଆଯାଇଥିଲା। ତେବେ ଏହି ମାମଲା ଆଉ ଆଗକୁ ବଢ଼ିପାରିନି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button