ରାଜ୍ୟ

ହରହର ଧ୍ୱନିରେ ପ୍ରକମ୍ପିତ ଶୈବପୀଠ – Ibnodisha

[ad_1]

କୋରାପୁଟ:  ବୋଲ ବମ୍‌ ଧ୍ୱନିରେ ଏବଂ ହରହର ଧ୍ୱନିରେ ଗଗନ ପବନ ପ୍ରକମ୍ପିତ। ଚଳଚଞ୍ଚଳ ହୋଇଉଠିଛି ଓଡିଶା ଏବଂ ଛତିଶଗଡ଼ ସୀମାନ୍ତରେ ଥିବା ଦେଓଡା ମନ୍ଦିର।  ଓଡ଼ିଶା ତଥା ଓଡିଶା ବାହାରୁ ଆସିଥିବା ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଠିକ ସେହିପରି କୋଟପାଡ଼ ଅଞ୍ଚଳର କପିଳେଶ୍ଵର, ନିଳକଣ୍ଠେଶ୍ଵର, ଧବଳେଶ୍ଵର ପରି ସମସ୍ତ ଶୈବପୀଠରେ ଜନ ସମାଗମ ଦେଖିବାକୁ ମିଳିଥିଲା।

ପଲ୍ଲୀରୁ ଦିଲ୍ଲୀ ସମସ୍ତ ଶୈବପୀଠରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକି ମିଳିଛି। କାଉଡିଆ ମାନେ ଝିପି ଝିପି ବର୍ଷାରେ ଲମ୍ଵା ଲାଇନରେ ଛିଡ଼ା ହୋଇ ଭଗବାନଙ୍କୁ ଜଳଲାଗି କରୁଥିବା ଦୃଶ୍ୟ ଏବଂ ବୋଲ ବୋମ ଧ୍ୱନି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। କାଉଡିଆଙ୍କ ଜଳଲାଗି ପାଇଁ ସମସ୍ତ ଶୈବପୀଠ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।ସାଧାରଣ ଦର୍ଶନ ସହ କିପରି କାଉଡିଆ ମାନେ ସୁରୁଖୁରରେ ଜଳଲାଗି କରିପାରିବେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲା ମନ୍ଦିର ପ୍ରଶାସନ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button