ରାଜ୍ୟ

ରାଉରକେଲା ପୌର ନିଗମ ଅଧିକାରୀଙ୍କୁ ଭେଟିଲେ ବିଜେପି ମହିଳା ମଣ୍ଡଳ କର୍ମକର୍ତା – Ibnodisha

[ad_1]

ରାଉରକେଲା : ଆଜି ପାନପୋଷ ଜ଼ିଲ୍ଲା ବିଜେପି ମହିଳା ମଣ୍ଡଳ କର୍ମକର୍ତା ମାନେ ଏକାଠି ହୋଇ ରାଉରକେଲା ପୌର ନିଗମ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ। ଅଧିକାରୀଙ୍କୁ ପୁଷ୍ପାଗୁଚ୍ଛ ଦେଇ ମହିଳା ମାନେ ସ୍ୱାଗତ କରିଥିଲେ। ବିଜେପି ମହିଳା ମଣ୍ଡଳ ସଭାପତି ସସ୍ମିତା ସାହୁ ଙ୍କ ନେତୃତ୍ୱ ରେ ସଚିବ ସବିତା ମଣ୍ଡଳ, ବନ୍ଦିତା ମାହାତୋ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ରାଉରକେଲା ରେ ପରିମଳ କୁ ଠିକ ରଖିବାକୁ ପୌରନିଗମ ଯତ୍ନବାନ ହେବା ଜରୁରୀ ବୋଲି ପୌର ଅଧିକାରୀଙ୍କୁ ଙ୍କୁ ଅନୁରୋଧ କରାଯାଇଥିଲା। ଏହାପରେ ବିଜେପି ମହିଳା ମଣ୍ଡଳ ସଦ୍ୟସା ମାନେ ପ୍ଲାଣ୍ଟ ସାଇଟ ଥାନାଧିକାରୀ ଙ୍କୁ ସାକ୍ଷାତ କରି ଥିଲେ।ଏହି ଅବସର ରେ ୧୭୧ ନମ୍ବର ବୁଥ୍ ର ସଭାପତି ସବିତା ମଣ୍ଡଳ ଗୁରୁଦ୍ୱାର ରୋଡ, ଗାନ୍ଧୀ ରୋଡ ବସ୍ତି ଓ ଆଖପାଖ ଷ୍ଟେସନ ଅଂଚଳ ରେ କୋମଳମତି ପିଲା ମାନେ ଡେନ ଡ୍ରାଇଟ ଭଳି ନିଶାରେ ମସଗୁଲ ରହୁଥିବାରୁ ଏମାନଙ୍କ ପ୍ରତି ପୁଲିସ ଦୃଷ୍ଟି ଦେବାକୁ ଥାନାଧିକାରୀ ଙ୍କୁ ଅନୁରୋଧ କରିଥିଲେ। ସମସ୍ତ ବିଷୟରେ ଅବଗତ ହେବା ପରେ ସେ ପଦକ୍ଷେପ ନେବେ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button