ରାଜ୍ୟ

ବିଦେଶଯାତ୍ରୀଙ୍କ ପାଇଁ ଖୁସି ଖବର; ବିନା ଭିସାରେ ଭାରତୀୟ ଯାଇପାରିବେ ମାଲେସିଆ – Ibnodisha

[ad_1]

ନୂଆଦିଲ୍ଲୀ : ବିଦେଶଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ମାଲେସିଆ ଯାଉଥିବା ଭାରତୀୟଙ୍କ ପାଇଁ ଡିସେମ୍ବର ୧ରୁ ଦରକାର ନାହିଁ ଭିସା। ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏନେଇ ଘୋଷଣା କରିଛନ୍ତି। ରବିବାର ତାଙ୍କ ପିପୁଲ୍ସ ଜଷ୍ଟିସ ପାର୍ଟିର ବାର୍ଷିକ କଂଗ୍ରେସରେ ଦେଇଥିବା ଅଭିଭାଷଣରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର କହିଛନ୍ତି, ଭାରତୀୟ ଏବଂ ଚୀନ୍ ନାଗରିକମାନେ ୩୦ ଦିନ ପର୍ଯ୍ୟନ୍ତ ବିନା ଭିସାରେ ମାଲେସିଆରେ ରହିପାରିବେ ।ଶ୍ରୀଲଙ୍କା, ଭିଏତନାମ ଏବଂ ଥାଇଲ୍ୟାଣ୍ଡ ପରେ ମାଲେସିଆ ଚତୁର୍ଥ ଦେଶ ହୋଇପାରିଛି ଯାହା ଭାରତୀୟ ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଘୋଷଣା କରିଛି ।

ବ୍ଲୁମବର୍ଗ କହିଛି ଯେ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ମାଲେସିଆ ଏହାର ପର୍ଯ୍ୟଟନ କ୍ଷେତ୍ରକୁ ଶୀଘ୍ର ବିସ୍ତାର କରିବାକୁ ଚାହୁଁଛି । ଭାରତୀୟ ନାଗରିକମାନେ ସାରା ବିଶ୍ୱରେ ଭ୍ରମଣ କରିବା ନେଇ ଜଣାଶୁଣା, ତେଣୁ ମାଲେସିଆ ଭାରତ ଏବଂ ଚୀନ୍ ନାଗରିକମାନଙ୍କୁ ଏହାର ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି । ତେବେ ଶ୍ରୀଲଙ୍କା ମଧ୍ୟ ସାତୋଟି ଦେଶରୁ ଯାତ୍ରୀଙ୍କୁ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ପାଞ୍ଚ ମାସ ପାଇଁ ମାଗଣା ଭିସା ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଥିଲା । ଏହି ଦେଶଗୁଡ଼ିକ ହେଉଛି ଭାରତ, ଚୀନ୍, ରୁଷ, ମାଲେସିଆ, ଜାପାନ ଏବଂ ଇଣ୍ଡୋନେସିଆ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button