ଦେଶ

ଟ୍ରକ ସହ ଧକ୍କା ହେଲା କାର; ଚାଲିଗଲା ୭ ଜଣଙ୍କ ଜୀବନ – Ibnodisha

[ad_1]

ଗୌହାଟୀ: ଆସାମ ଦିବ୍ରୁଗଡ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ସହ ମୁହାଁମୁହାଁ ଧକ୍କା ହେଲା ଇନୋଭା କାର୍ । ଘଟଣାସ୍ଥଳରେ ଚାଲିଗଲା ୭ ଜଣଙ୍କ ଜୀବନ । ଗତକାଲି(ରବିବାର) ରାତିରେ ଦିବ୍ରୁଗଡ ଲେପେଟକାଟା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଆସାମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନଥିବା ପୋଲିସ ସୂଚନା ଦେଇଛି ।

ସୂଚନା ମୁତାବକ, ଗତକାଲି ରାତିରେ ଏକ ଇନୋଭ କାର୍ ଲେପେଟକାଟା ଆଡକୁ ଯାଉଥିଲା । ଏତିକି ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ଘଟଣାସ୍ଥଳରେ ହିଁ କାରରେ ଥିବା ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା ଓ ଆଉ କିଛି ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାରେ ଗାଡିଟି ପୁରା ଚୁରମାର୍ ହୋଇଯାଇଥିଲା । ଏନେଇ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଲୋକମାନଙ୍କ ସହାୟତାରେ ପୋଲିସ ଆହତମାନଙ୍କୁ ହସ୍ପିଟାଲ ପଠାଇବା ସହିତ ମୃତଦେହ ଗୁଡିକୁ ଉଦ୍ଧାର କରିଥିଲା । ତେବେ ଏ ଯାଏଁ ପୋଲିସ ମୃତକମାନଙ୍କୁ ଚିହ୍ନଟ କରିପାରିନି । ଏହି ଦୁର୍ଘଟଣାରେ ଆଇପିସି ଏବଂ ମୋଟର ଯାନ ଆକ୍ଟରେ ଏକ ମାମଲା ରୁଜୁ ହୋଇ ଛାନଭିନ୍ ଚାଲିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button