ଦେଶ

ଦାଉଦ୍ ଡାକ୍ତରଖାନାରେ ଭର୍ତ୍ତି ହେବା ପଛର କାରଣ କହିଲେ ଭଣଜା – Ibnodisha

[ad_1]

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ୍‌ ତଥା ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧୀ ଦାଉଦ ଇବ୍ରାହିମ ଅସୁସ୍ଥ ହୋଇଛି। ତାକୁ କରାଚୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରିକି ତାକୁ ବିଷ ଦିଆଯାଇଛି ବୋଲି ଖବର ସାମାଜିକ ଗଣମାଧ୍ୟମରେ ସୋମବାର ଦିନସାରା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହା ପ୍ରଥମ ଥର ନୁହେଁ, ୧୯୯୩ମସିହା ପରଠାରୁ ଅନେକ ଥର ଦାଉଦକୁ ନେଇ ଏଭଳି ଗୁଜବ ହୋଇସାରିଥିବାରୁ ଏଖବରରେ କେତେ ସତ୍ୟତା ରହିଛି, ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ହେଲେ ଏବେ ଖବର ମିଳିଛି ଯେ, ଦାଉଦକୁ ବିଷ ଦିଆଯାଇନାହିଁ, ବରଂ ସେ ରୋଗଗ୍ରସ୍ତ ହୋଇଛି। କୁହାଯାଉଛି ଯେ, କିଛି ଭାରତୀୟ ନିଉଜ୍ ଏଜେନ୍ସି ମୁମ୍ବାଇରେ ରହୁଥିବା ଦାଉଦର ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ। ତାଙ୍କର ଦୁଇ ଭଣଜା  ଅଲିଶାହ ପାର୍କର ଏବଂ ସାଜିଦ ୱାଗଲେଙ୍କ ସହ ଯୋଗାଯୋଗ କରାଯାଇଥିଲା। ଯୋଗାଯୋଗ ପରେ ଅଲିଶାହ ଭାରତ ବାହାରେ ରହୁଥିବା କଥା ସାମ୍ନାକୁ ଆସିବା ସହ ୱାଗଲେ କହିଥିଲେ ଯେ, ଦାଉଦ ମାମୁଁଙ୍କୁ ବିଷ ଦିଆଯାଇଥିବା ଭଳି କୌଣସି ଖବର ବିଷୟରେ ଆମକୁ ସୂଚନା ମିଳିନାହିଁ। ହେଲେ ମାମୁଁ ଏବେ ଅସୁସ୍ଥ ରହୁଛନ୍ତି। ତାଙ୍କର ଉଚ୍ଚ ରକ୍ତଚାପ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ରହିଛି। ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପାକିସ୍ତାନ ବା ଭାରତର ଗୁଇନ୍ଦା ଏଜେନ୍ସି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନଥିବାରୁ ପ୍ରକୃତରେ ଦାଉଦ ଡାକ୍ତରଖାନାରେ ଭର୍ତ୍ତି ହୋଇଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରିନାହିଁ।

The post ଦାଉଦ୍ ଡାକ୍ତରଖାନାରେ ଭର୍ତ୍ତି ହେବା ପଛର କାରଣ କହିଲେ ଭଣଜା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button