ଅପରାଧ

ବସ କଣ୍ଡକ୍ଟରଙ୍କୁ ଜିଅନ୍ତା ଜାଳିଦେବା ଘଟଣା, ପତ୍ନୀ ଓ ପୁରୁଷ ବନ୍ଧୁ ଗିରଫ – Ibnodisha

[ad_1]

ଚୌଦ୍ବାର : ପରକୀୟା ପ୍ରୀତିକୁ ନେଇ ନିଜ ପୁରୁଷ ବନ୍ଧୁ ସହ ମିଶି ସ୍ୱାମୀକୁ ଜିଅନ୍ତା ପୋଡିଲା ସ୍ତ୍ରୀ  । ଚୌଦ୍ବାରରେ ବସ କଣ୍ଡକ୍ଟର ନିଶ୍ଚଳ ମହାପାତ୍ର ମୃତ୍ୟୁ ମାମଲାରେ ଏହି ବଡ଼ ଖୁଲାସା କରିଛି କମିଶନରେଟ ପୋଲିସ। ନିଶ୍ଚଳଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା ଏବଂ ତାଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା ବୋଲି ସ୍ପଷ୍ଟ କରିଛି ପୋଲିସ। ପତ୍ନୀର ପରକ୍ରିୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇ ଥିବା ବେଳେ ହତ୍ୟା ଅଭିଯୋଗରେ ନିଶ୍ଚଳଙ୍କ  ପତ୍ନୀ ସୁହାସିନୀ ମହାପାତ୍ର  ଓ ତାଙ୍କ ପୁରୁଷ ବନ୍ଧୁ ପୂର୍ଣ୍ଣଚନ୍ଦ୍ର ମହାରଣାକୁ ଗିରଫ କରିଛି ପୋଲିସ । ଗତ 1 ତାରିଖ ଦିନ ବିରାଟଗାଦି ନିକଟରେ ନିଶ୍ଚଳଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ SCB ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟି ଥିଲା। ଏନେଇ ଚୌଦ୍ୱାର ପୋଲିସ ପ୍ରଥମେ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ତଦନ୍ତ ସମୟରେ ନିଶ୍ଚଳଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସୁରାକ ପାଇ ଥିଲା ପୋଲିସ । ମୂଳତ ନିଆଳି ଗୋବିନ୍ଦପୁର ବାସିନ୍ଦା ନିଶ୍ଚଳ ପେସାରେ ଜଣେ ବସ କଣ୍ଡକ୍ଟର ଥିଲେ । ଚୌଦ୍ୱାର ବାସିନ୍ଦା ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ସହ ନିଶ୍ଚଳଙ୍କ ବନ୍ଧୁତା ଥିବା ବେଳେ ନିଶ୍ଚଳଙ୍କ ଘରକୁ ପୂର୍ଣ୍ଣଚନ୍ଦ୍ରଙ୍କ ଯିବା ଆସିବା ଥିଲା । ଏହାରି ଭିତରେ ପୂର୍ଣ୍ଣଚନ୍ଦ୍ରଙ୍କ ସହ ନିଶ୍ଚଳଙ୍କ ପତ୍ନୀ ସୁହାସିନୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏପରିକି ନିଶ୍ଚଳ ଅଜ୍ଞାତରେ ପୂର୍ଣ୍ଣଚନ୍ଦ୍ରଙ୍କ ଓ ସୁହାସିନୀ ମିଳାମିଶା କରିବା ସହ ନିଶ୍ଚଳଙ୍କୁ ନିଜ ରାସ୍ତାରୁ ସବୁ ଦିନ ଲାଗି ହଟାଇବାକୁ ଯୋଜନା କରିଥିଲେ । ଯୋଜନ ମୁତାବକ ପୂର୍ଣ୍ଣଚନ୍ଦ୍ର କୌଶଳ କରି ନିଶ୍ଚଳଙ୍କୁ ଚୌଦ୍ୱାର ଡକାଇଥିଲା ଏବଂ ବିରାଟଗାଦି ନିକଟରେ ଉଭୟ ପ୍ରଚୁର ମଦ ପିଇବା ପରେ ନିଶ୍ଚଳଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ପୂର୍ଣ୍ଣଚନ୍ଦ୍ର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button