ଅପରାଧ

ଜନ୍ମକଲା ଝିଅକୁ ଦୁଷ୍କର୍ମ କରୁଥିଲା ବାପା; ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ…. – Ibnodisha

[ad_1]

ଇସଲାମବାଦ: ରକ୍ତ ସମ୍ପର୍କରେ କଳଙ୍କ ଦାଗ । ଜନ୍ମକଲା ଝିଅକୁ ବି ଛାଡିଲାନି କାମାନ୍ଧ ମଣିଷ । ଯୌନ ଲାଳସା ଚରିତାର୍ଥ କରିବାକୁ ନିଜ ୧୪ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରୁଥିଲା । ଦୀର୍ଘ ୩ ମାସ ଧରି ବାପାର ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ଶେଷରେ ପୀଡିତା ଗୁଳି କରି ନିଜ ଦୁଷ୍କର୍ମକାରୀ ବାପାକୁ ହତ୍ୟା କରିଛି । ହତବାକ୍ କଲାଭଳି ଏହି ଘଟଣାଟି ହେଉଛି ପାକିସ୍ତାନ ଲାହୋର ସହରର । ଶନିବାର ସକାଳେ ନାବାଳିକା ଝିଅ ତା’ର ବାପାଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ପୋଲିସ ସୂଚନା ମୁତାବକ, ମୃତକର ନାମ ବିଲାଲ ଖାନ । ସେ ଜଣେ ଦରଜୀ ଥିଲା । ବିଲାଲ ଗତ ୩ ମାସ ହେଲା ନିଜର ୧୪ ବର୍ଷୀୟ ଝିଅ ସହ ଦୁଷ୍କର୍ମ କରୁଥିଲା । ବାପାର ଏଭଳି କୁକର୍ମରେ ପୀଡିତା ବ୍ୟତିବ୍ରସ୍ତ ହୋଇପଡିଥିଲେ । ବାରମ୍ବାର ଦୁଷ୍କର୍ମର ଶିକାର ହେବାରୁ ସେ ଦୁଷ୍କର୍ମକାରୀ ବାପାକୁ ସବୁଦିନ ପାଇଁ ଶେଷ କରିଦେବାକୁ ସ୍ଥିର କରିଥିଲେ । ଶନିବାର ସକାଳ ପ୍ରାୟ ୬ଟା ବେଳେ ବିଲାଲ ଘରେ ଶୋଇଥିବା ଅବସ୍ଥାରେ ପୀଡିତା ତାକୁ ଗୁଳି କରିଥିଲେ । ଏଥିରେ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ହୋଇଯାଇଥିଲା ।

ପୋଲିସ ପହଞ୍ଚି ପଚରାଉଚରା କରିବାରୁ ନାବାଳିକା ସବୁକଥା କହିଥିଲେ । ସେ ହିଁ ନିଜ ବାପାକୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ଏହି ଘଟଣାର ତଦନ୍ତ କରୁଥିବା ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ ନାବାଳିକା ନର୍କ ଯନ୍ତ୍ରଣା ସହୁଥିଲେ । ଏଥିରୁ ମୁକ୍ତ ହେବାକୁ ସେ ନିଜ ଦୁଷ୍କର୍ମକାରୀ ବାପାକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ଶେଷରେ ବିଲାଲର ବନ୍ଧୁକରୁ ହିଁ ତାକୁ ଗୁଳି କରି ହତ୍ୟା କରିଥିଲେ । ଏଥିରେ ତା’ ମୁଣ୍ଡରେ ଗୁଳି ବାଜିଥିଲା । ଯେଉଁ କାରଣରୁ ଘଟଣାସ୍ଥଳରେ ହିଁ ସେ ଆଖି ବୁଜିଥିଲା । ଏହି ଘଟଣା ପ୍ରଘଟ ହେବା ପରେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଜନ୍ମକଲା ବାପାର ଏଭଳି କୁକର୍ମ ସମସ୍ତଙ୍କୁ ହତବାକ୍ କରିଦେଇଛି । ବାପା-ଝିଅର ସମ୍ପର୍କ ସବୁଠୁ ପବିତ୍ର । ବାପା ଝିଅକୁ ସବୁ ବିପଦ ଆପଦରୁ ରକ୍ଷା କରେ । ହେଲେ ସେହି ରକ୍ଷକ ନିଜର ଯୌନ ଇଚ୍ଛା ପୂରଣ ପାଇଁ ଏମିତି ତଳକୁ ଖସିପାରେ ତାହା ସହଜରେ ବିଶ୍ୱାସ ହୋଇନପାରେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button