ଦେଶ

ଦିନକୁ ଦିନ ଅଣାୟତ୍ତ ହେଉଛି ମଣିପୁର, ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ – Ibnodisha

[ad_1]

ଇମ୍ଫାଲ : ମଣିପୁରର ସ୍ଥିତିଦିନକୁ ଦିନ ଖରାପ ହେବାରେ ଲାଗିଛି । ଗତ କିଛି ଦିନ ହେଲା ହିଂସାକାଣ୍ଡ ପୁଣି ଥରେ ବଢିଯାଇଛି । ଏପରିକି ଉଗ୍ର ଭୀଡ଼ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂଙ୍କ ଘରକୁ ବି ଆକ୍ରମଣ କରିବାକୁ ପଛେଇନାହାନ୍ତି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଇମ୍ଫାଲର ହିଙ୍ଗଙ୍ଗ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ପାରିବାରିକ ଘରେ ଆକ୍ରମଣ ଉଦ୍ୟମ ହୋଇଥିଲା।   ତେବେ ସତର୍କ ଥିବା ସୁରକ୍ଷା ବାହିନୀ ଘରଠାରୁ ପ୍ରାୟ ୧୦୦ ମିଟର ଦୂରରେ ଭିଡ଼କୁ ଅଟକାଇଥିଲେ। କଡ଼ା ସୁରକ୍ଷା ବଳୟ ଭିତରେ ଥିଲେ ମଧ୍ୟ ଏବେ ଉକ୍ତ ଘରେ କେହି ରହୁନାହାନ୍ତି। ଏଣୁ ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ ।

ମଣିପୁରରେ ଜୁଲାଇ ମାସରୁ ନିଖୋଜ ଥିବା ଦୁଇ ଛାତ୍ରଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୋମବାର ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ଯୁବକଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ଓ ବୁଧବାର (ସେପ୍ଟେମ୍ବର ୨୬-୨୭) ଛାତ୍ରମାନେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ଥିବା ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ଗୁରୁବାର ସକାଳେ ଭିଡ଼ ଭଙ୍ଗାରୁଜା କରିବା ସହ ଦୁଇ ଚକିଆ ଦୁଇ ଚକିଆ ଯାନରେ ନିଆଁ ଲଗାଇ ଦେଇଛି। ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଯବାନମାନେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button