ଦେଶ

ନିଜ କଂପାନି ବିମାନରେ ମାଲିକଙ୍କୁ ମିଳିଲାନି ସିଟ୍ – Ibnodisha

[ad_1]

ନୂଆଦିଲ୍ଲୀ : ଏୟାର ଏସିଆର ସିଇଓ ଟୋନି ଫର୍ଣ୍ଣାଡିସ୍‌ ଅଡ଼ୁଆ ପରିସ୍ଥିତିରେ ପଡ଼ିଥିଲେ। ନିଜ କଂପାନିର ବିମାନରେ ସିଟ୍‌ ନମିଳିବାରୁ ସେ ପ୍ରତିଦ୍ବନ୍ଦ୍ବୀ କଂପାନିର ବିମାନରେ ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ। ‌ଇନଷ୍ଟାଗ୍ରାମ୍‌ରେ ସେ ଜଣାଇଛନ୍ତି ଯେ ଏୟାର ଏସିଆରେ ସିଟ୍‌ ବୁକିଂ କରିବାରେ ବିଫଳ ହେବାରୁ ମୁଁ ସିଙ୍ଗାପୁର ଏୟାରଲାଇନ୍ସରେ ଯାତ୍ରା କରୁଛି। ବିମାନ ଭିତରେ ନିଜ ସିଟ୍‌ର ଏକ ଫଟୋକୁ ସେ ସେୟାର କରିଛନ୍ତି। ସେ ଇକୋନମି ଶ୍ରେଣୀରେ ଯାତ୍ରା କରିଛନ୍ତି। ୨୦୦୧ରେ ମାଲେସିଆ ସରକାରଙ୍କଠାରୁ ଏୟାର ଏସିଆକୁ ଟୋନି ଅଧିଗ୍ରହଣ କରିଥିଲେ। ସୁଲଭ ମୂଲ୍ୟରେ ଏୟାର ଏସିଆ ଯାତ୍ରୀଙ୍କୁ ବିମାନ ସେବା ପ୍ରଦାନ କରୁଛି। କିଛି ଦିନ ତଳେ କଂପାନିର ବୋର୍ଡ ବୈଠକରେ ଅଧା ପୁଙ୍ଗୁଳା ଶରୀରରେ ବସିଥିବା ବେଳେ ଜଣେ ଯୁବତୀ ତାଙ୍କ ମସାଜ କରୁଥିବା ଫଟୋ ଭାଇରାଲ୍‌ ହେବାପରେ ସେ ଚର୍ଚ୍ଚାକୁ ଆସିଥିଲେ। ସେଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button