ଦେଶ

ମୋତେ ସନ୍ଦେହ ଯେ, ମୋଦୀ ୧୧ ଦିନ ଉପବାସ କରିଛନ୍ତି: ବୀରପ୍ପା ମୋଇଲି – Ibnodisha

[ad_1]

ନୂଆଦିଲ୍ଲୀ: କଂଗ୍ରେସ ନେତା ଏମ ବୀରପ୍ପା ମୋଇଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପବାସକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ପରବର୍ତ୍ତୀ ଦିନ ଅର୍ଥାତ ମଙ୍ଗଳବାର ମୋଇଲି ମୋଦୀଙ୍କ ଉପବାସକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ମୋତେ ସନ୍ଦେହ ଯେ, ମୋଦୀ ୧୧ ଦିନ ଉପବାସ କରିଛନ୍ତି। ଯଦି ବିନା ବ୍ରତରେ ଗର୍ଭଗୃହରେ ପ୍ରବେଶ କରାଯାଏ ତେବେ ସେହି ସ୍ଥାନକୁ ଅପବ୍ରିତ କୁହାଯାଏ। ଉକ୍ତ ଜାଗାରେ ଶକ୍ତି ଉତ୍ପନ ହୁଏ ନାହିଁ।

ମୋଇଲି କହିଛନ୍ତି, ସେ କୌଣସି ଡାକ୍ତରଙ୍କ ସହ ପ୍ରାତଃ ଭ୍ରମଣ କରୁଥିଲେ। ଏହି ସମୟରେ ଡାକ୍ତର କହିଲେ ଯେ, ବିନା ଖାଦ୍ୟ ଗ୍ରହଣରେ ୧୧ ଦିନ ବଞ୍ଚିବା ଅସମ୍ଭବ। ଯଦି ଏହା ସତ୍ତ୍ଵେ ବି ସେ ଜୀବିତ ଅଛନ୍ତି ତେବେ ତାହା ଚମତ୍କାର। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପିଏମ ମୋଦୀ ୧୧ ଦିନର ଉପବାସ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ କଠିନ ବ୍ରତ କରିଥିଲେ। ସେ ତଳେ କେବଳ କମ୍ବଳ ବିଛାଇ ଶୋଉଥିଲେ ଓ ପଇଡ ପାଣି ପିଉଥିଲେ। କେବଳ ଏତିକି ନୁହେଁ ଉପବାସ ସମୟରେ ସେ ବିଭିନ୍ନ ମନ୍ଦିର ମଧ୍ୟ ଯାତ୍ରା କରୁଥିଲେ। ପ୍ରଧାନମନ୍ତ୍ରୀ ମନ୍ଦିରମାନଙ୍କରେ ସଫେଇ ଅଭିଯାନ ମଧ୍ୟ କରିଥିଲେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ସୋମବାର ଅଯୋଧ୍ୟା ମନ୍ଦିରରେ ରାମଲାଲାଙ୍କ ନୂତନ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯାଇଛି। ପ୍ରଧାନମନ୍ତ୍ରୀ ଏହି କ୍ଷଣକୁ ଏକ ନୂତନ ଯୁଗର ଆରମ୍ଭର ପ୍ରତୀକ ବୋଲି କହିଥିଲେ। ଏହି ଅବସରରେ ବହୁ ସଂଖ୍ୟାରେ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button