ରାଜ୍ୟ

ପ୍ରେମ ବିବାଦକୁ ନେଇ ହତ୍ୟା – Ibnodisha

[ad_1]

କଟକ : ପ୍ରେମ ବିବାଦକୁ ନେଇ ଯୁବକଙ୍କୁ ହତ୍ୟା । କଟକ ସଦର ଥାନା ଅଧିନ ଇନ୍ଦିରା ଗାଁର ରାଜେଶ ସାହୁ ଓରଫ ଟୁଟୁକୁ ପ୍ରେମ ବିବାଦକୁ ନେଇ ହତ୍ୟା କରାଯାଇଛି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି କଟକ ଅତିରିକ୍ତ ଡି ସି ପି ଅନିଲ କୁମାର ମିଶ୍ର । ରାଜେଶ ସାହୁ ଓରଫ ଟୁଟୁ ଭଲପାଉଥିବା ନାବାଳିକାଙ୍କ ମଉସା ଶ୍ୟାମ ପ୍ରଧାନ ଏକ ଧାରୁଆ ଛୁରୀରେ ହତ୍ୟା କରିଥିବା ସୂଚନା ଦେଇଛନ୍ତି । ଘଟଣା ହେଉଛି ରାଜେଶ ସାହୁ ଓରଫ ଟୁଟୁ ସେହି ଗାଁର ଜଣେ ନାବାଳିକାକୁ ୪ ବର୍ଷ ଧରି ପ୍ରେମ କରି ଆସୁଥିଲେ । ଏମିତିକି ପୂର୍ବରୁ ଥରେ ଉକ୍ତ ନାବାଳିକା ଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲ ମଧ୍ୟ ଯାଇଛି । ଝିଅ ସାବାଳିକା ହେଲେ ଉଭୟଙ୍କ ବିବାହ ହେବ ବୋଲି ପାରିବାରିକ ସମାଧାନ ମଧ୍ୟ ହୋଇଥିଲା । ମାତ୍ର ରବିବାର ରାଜେଶ୍ ଉକ୍ତ ନାବାଳିକାଙ୍କ ଘର ସମ୍ମୁଖରେ ଝାମେଲା ସୃଷ୍ଟି କରିବାକୁ ନେଇ ନାବାଳିକାଙ୍କ ମଉସା ରାଜେଶକୁ ହତ୍ୟା କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ୟାମ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି କଟକ ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button