ରାଜ୍ୟ

ଆଜି ବି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ଦାନା ପ୍ରଭାବରେ କେତେ କ’ଣ କ୍ଷତି ହୋଇଛି ଏନେଇ ସ୍ଥିତି ପରଖୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ବି ଦ୍ବିତୀୟ ଦିନରେ କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ ଏବଂ ବାଲେଶ୍ଵରର ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିବେ । ଦାନା ଲ୍ୟାଣ୍ଡଫଲ୍ କରିଥିବା ସ୍ଥାନ ହାବେଳୀଖଟିରେ ମଧ୍ୟ ସ୍ଥିତି ପରଖିବେ ।

ଆଜି ଦିନ ୧୧ଟା ୪୫ରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ଓ ଅନ୍ୟ ଅଧିକାରୀ ରହି ବାତ୍ୟାଞ୍ଜଳ ପରିଦର୍ଶନ କରିବେ ।

ତେବେ କହିରଖୁଛୁ, ରବିବାର ମୁଖ୍ୟମନ୍ତ୍ରୀ ପାରାଦୀପ, ମହାକାଳପଡ଼ା, ରାଜନଗର, ରାଜକନିକା, ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଆକାଶମାର୍ଗରେ ବାତ୍ୟା ସ୍ଥିତିର ଅନୁଧ୍ୟାନ କରିଥିଲେ। ଏହାପରେ ଏସଆରସିଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିବା ସହିତ ୧୪ ଜିଲ୍ଲାର ପ୍ରାୟ ୩୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ପ୍ରାଥମିକ ରିପୋର୍ଟ ନେଇ ସୂଚନା ଦେଇଥିଲେ। ଏଥିସହିତ ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ରିପୋର୍ଟ ଆସନ୍ତା ୨ ତାରିଖ ସୁଦ୍ଧା ଦେବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ତାହା ଅନୁଯାୟୀ କ୍ଷତିପୂରଣ କେତେ ହୋଇଛି, ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Related Articles

Leave a Reply

Your email address will not be published. Required fields are marked *

Back to top button