ରାଜ୍ୟ

ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍ – Ibnodisha

[ad_1]

ଜଳେଶ୍ୱର : ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଜଳେଶ୍ୱରର ୬୦ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଲକ୍ଷ୍ମଣନାଥ କୋର୍ଟ ନିକଟରେ ଅଟୋଟି ଯାଉଥିବାବେଳେ ଟ୍ରକଟି ପଛପଟୁ ଆସି ଅଟୋକୁ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ଅଟୋଟି ଘଟଣାସ୍ଥଳରେ ଓଲଟି ପଡିଥିଲା । ଯାହାଫଳରେ ଅଟୋରେ ଥିବା ୪ ଜଣ ଯାତ୍ରୀଙ୍କ ସମେତ ଅଟୋ ଚାଳକ ଗୁରୁତର ହେଇଛନ୍ତି । ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଯୋଗେ ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି ଘଟଣା ସ୍ଥଳରେ ଜଳେଶ୍ଵର ପୋଲିସ ପହଞ୍ଚି ଟ୍ରକ୍ କୁ ଅଟକ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

The post ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button