ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି – Ibnodisha
[ad_1]
ନୂଆଦିଲ୍ଲୀ : ଲୋକ ସଭା ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ନିତିନ ଗଡକରୀ, ପୀୟୁଷ ଗୋୟଲ ଏବଂ ଅନୁରାଗ ଠାକୁରଙ୍କ ସମେତ ଅନେକ ଷ୍ଟାଲୱାର୍ଟର ନାମ ରହିଛି । ହର୍ଷ ମାଲହୋତ୍ରାଙ୍କୁ ପୂର୍ବ ଦିଲ୍ଲୀରୁ ଏବଂ ଯୋଗେନ୍ଦ୍ର ଚାନ୍ଦୋଲିଆଙ୍କୁ ଉତ୍ତର ପଶ୍ଚିମ ଦିଲ୍ଲୀରୁ ଟିକେଟ୍ ଦିଆଯାଇଛି। ସେହିପରି କଳାବେନ ଡେଲକରଙ୍କୁ ଦାଦ୍ରା ନଗର ହାବେଲିରୁ ଟିକେଟ ମିଳିଛି । ତେବେ ପ୍ରଥମ ତାଲିକା ଭଳି ଦ୍ବିତୀୟ ତାଲିକାରେ ବି ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ନାହିଁ ।
ପ୍ରଥମ ପର୍ଯ୍ୟାୟରେ ବିଜେପି ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଆଜି ଦଳ ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୭୨ ଜଣ ପ୍ରାର୍ଥୀଙ୍କ ଲିଷ୍ଟ ଦଳ ପକ୍ଷରୁ ଜାରି କରାଯାଇଛି ।
Union Minister Anurag Thakur to contest from Himachal Pradesh’s Hamirpur, former Karnataka CM Basavaraj Bommai to contest from Haveri, BJP MP Tejasvi Surya to contest from Bangalore South, Union Minister Nitin Gadkari to contest from Nagpur, Union Minister Piyush Goyal to contest…
— ANI (@ANI) March 13, 2024
[ad_2]