ଦେଶ

ଅକ୍ଟୋବରରେ ଜିଏସଟି ସଂଗ୍ରହ ୧.୭୨ ଲକ୍ଷ କୋଟି ଟପିଲା – Ibnodisha

[ad_1]

ନୂଆଦିଲ୍ଲୀ: ପାର୍ବଣ ମାସ ଅକ୍ଟୋବର ମାସରେ ଦେଶରେ ଭଲ ଜିଏସଟି ଆଦାୟ ହୋଇଛି । ଏହି ମାସରେ ଜିଏସଟି ସଂଗ୍ରହ ସମୁଦାୟ ୧.୭୨ ଲକ୍ଷ କୋଟି ଟଙ୍କା ହୋଇଛି । ଜୁଲାଇ ୧, ୨୦୧୭ରେ ଜିଏସଟି ଲାଗୁ ହେବା ପରେ ଅକ୍ଟୋବର ୨୦୨୩ରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ମାସିକ ଜିଏସଟି ଆଦାୟ । ଏପ୍ରିଲ ୨୦୨୩ରେ ୧ ଲକ୍ଷ ୮୭ ହଜାର କୋଟିର ଜିଏସଟି ଆଦାୟ ହୋଇଥିଲା, ଯାହାକି ସର୍ବାଧିକ ମାସିକ ଜିଏସଟି ଆଦାୟ । ସେହିପରି ଅକ୍ଟୋବର ୨୦୨୨ ତୁଳନାରେ ଗତ ଅକ୍ଟୋବରରେ ଜିଏସଟି ଆଦାୟରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି।ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଅକ୍ଟୋବରରେ ଜିଏସଟି ସଂଗ୍ରହ ୧,୭୨,୦୦୩ କୋଟି ଟଙ୍କା ରହିଛି । ସେଥିମଧ୍ୟରୁ ୩୦,୦୬୨ କୋଟି ଟଙ୍କା କେନ୍ଦ୍ରୀୟ ଜିଏସଟି, ୩୮,୧୭୧ କୋଟି ଟଙ୍କା ରାଜ୍ୟ ଜିଏସଟି, ୯୧,୩୧୫ କୋଟି ଟଙ୍କା ଇଣ୍ଟିଗ୍ରେଟେଡ୍ ଜିଏସଟି ଏବଂ ୧୨,୪୫୬ କୋଟି ଟଙ୍କା ସେସ୍ ରହିଛି। ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ହାରାହାରି ୧.୬୬ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି, ଯାହା କି ଗତ ଆର୍ଥିକ ବର୍ଷର ହାରାହାରି ଜିଏସଟି ସଂଗ୍ରହଠାରୁ ୧୧ ପ୍ରତିଶତ ଅଧିକ। ସେହିପରି ଗତବର୍ଷ ଅକ୍ଟୋବର ମାସ ତୁଳନାରେ ଚଳିତ ବର୍ଷ ଅକ୍ଟୋବରରେ ଜିଏସଟି ଆଦାୟ ୧୩ ପ୍ରତିଶତ ଅଧିକ ହୋଇଛି।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button