ବହୁ ଆପକୁ ପଛରେ ପକାଇ ଇନଷ୍ଟାଗ୍ରାମ ହେଲା ବିଶ୍ବର ୧ ନମ୍ବର ଆପ୍ – Ibnodisha

[ad_1]
ନୂଆଦିଲ୍ଲୀ : ପୂର୍ବରୁ ଫେସବୁକ୍ କିମ୍ବା ଟିକଟକ୍ ପ୍ରଥମ ସ୍ଥାନରେ ରହୁଥିବା ବେଳେ, ବର୍ତ୍ତମାନ ଇନଷ୍ଟାଗ୍ରାମ ଏହି ଦୁଇଟି ଆପକୁ ପଛରେ ପକାଇ ଏକ ନମ୍ବରରେ ପହଞ୍ଚିଛି । କହିବାକୁ ଗଲେ ଟିକଟକ୍ କେତେକ ଦେଶରେ ନିଷେଧାଦେଶ ହେତୁ ଇନଷ୍ଟାଗ୍ରାମ ଲାଭ ରେ ଅଛି । କାରଣ ଏବେ ରିଲ୍ସ ର ଯୁଗ କହିଲେ କିଛି ଅତ୍ୟୁକ୍ତି ହେବନି ପିଲାଠୁ ବୟସ୍କ ସମସ୍ତେ ଏବେ ରିଲ୍ସ ପ୍ରସ୍ତୁତ କରିବାରେ ବ୍ୟସ୍ତ । ତେଣୁ ବର୍ତ୍ତମମାନ ସମୟରେ ଇଷ୍ଟାଗ୍ରାମର ବହୁଳ ଭାବେ ବ୍ୟବହାର ହେଉଇଛି । ଯଦ୍ବାରା ସମସ୍ତ ଆପ୍ କୁ ପଛରେ ପକାଇ ଏକ ନମ୍ବରରେ ପହଞ୍ଚିଛି ଇନଷ୍ଟାଗ୍ରାମ । ସେନ୍ସର ଟାୱାରର ରିପୋର୍ଟ ଅନୁଯାୟୀ, ଇନଷ୍ଟାଗ୍ରାମର ଡାଉନଲୋଡ୍ ଦୁନିଆରେ ୨୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୩ ମସିହାରେ, ଇନଷ୍ଟାଗ୍ରାମ ଆପ୍ ୭୬୭ ନିୟୁତ ଥର ଡାଉନଲୋଡ୍ ହୋଇଥିଲା, ଯାହାକି ୨୦୨୨ ମସିହାରେ ପୂର୍ବ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ଅଟେ । ଟିକଟକ୍ ବିଷୟରେ କହିବାକୁ ଗଲେ ଏହା ୭୩.୩ କୋଟି ଥର ଡାଉନଲୋଡ୍ ହୋଇଥିଲା । ଏହି ଚାଇନିଜ୍ ଆପ୍ ଭାରତରେ ନିଷେଧ ଏବଂ ଆମେରିକାରେ ଏହାକୁ ନିଷିଦ୍ଧ କରିବା ପାଇଁ ପ୍ରସ୍ତୁତି ଚାଲିଛି ।
[ad_2]