ରାଜନୀତି

କଂଗ୍ରେସ ଶାସନକୁ ଆସିଲେ ବିନା ସର୍ଭେରେ ମହିଳାଙ୍କୁ ମିଳିବ ସଂରକ୍ଷଣ : ରାହୁଲ ଗାନ୍ଧୀ – Ibnodisha

[ad_1]

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ଦୃ୍ଷ୍ଟିରେ କଂଗ୍ରେସର ପକ୍ଷରୁ ବଡ଼ ପ୍ରତିଶ୍ରୁତି । ଶାସନକୁ ଆସିଲେ ବିନା ସର୍ଭେରେ ମହିଳାଙ୍କୁ ମିଳିବ ସଂରକ୍ଷଣ । ଏପରି କିଛି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ରାଲିକୁ ସମ୍ବୋଧିତ କରି ମହିଳାମାନଙ୍କୁ ବିନା ସର୍ଭେରେ ସଂରକ୍ଷଣ ଦିଆଯିବ ନେଇ ଘୋଷଣା କରିଛନ୍ତି । ବିଜେପିକୁ ଟାର୍ଗେଟ କରି ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ମହିଳାଙ୍କୁ ସଂରକ୍ଷଣ କଥା କହିଲେ । କିନ୍ତୁ ତା’ପରେ କୁହାଯାଇଥିଲା ଯେ ସର୍ଭେ ପରେ ସଂରକ୍ଷଣ ଦିଆଯିବ ଏବଂ ସର୍ଭେ ୧୦ ବର୍ଷ ପରେ ହେବ । କିନ୍ତୁ କଂଗ୍ରେସ ସରକାର ଆସିବା ମାତ୍ରେ ଆମେ ବିନା ସର୍ଭେରେ ସଂରକ୍ଷଣ ଦେବୁ।କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ନାରୀ ନ୍ୟାୟ ଗ୍ୟାରେଣ୍ଟି ଘୋଷଣା କରିଛନ୍ତି । ଏହା ସହ ଦିଆଯାଇଥିବା ଘୋଷଣାରେ କୁହାଯାଇଛି ଯେ ସରକାରୀ ଚାକିରିରେ ମହିଳାମାନଙ୍କୁ ଅଧା ଅଂଶ ଦିଆଯିବ। ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ ବୋଲି ମଧ୍ୟ କୁହାଯାଇଛି। ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଏକ ମହିଳା ସମାବେଶକୁ ସମ୍ବୋଧିତ କରି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ଆଶା, ଅଙ୍ଗନୱାଡି କର୍ମୀ ଏବଂ ମଧ୍ୟାହ୍ନ ଭୋଜନ ଯୋଜନାରେ କାର୍ଯ୍ୟ କରୁଥିବା ମହିଳାଙ୍କ ବଜେଟରେ ଦ୍ୱିଗୁଣିତ ହେବ। ଏହା ସହ କହିଛନ୍ତି ଯେ ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଶିକ୍ଷା ଦେବା ଏବଂ ସେମାନଙ୍କ ମାମଲା ସହ ଲଢ଼େଇ ପାଇଁ ଜଣେ ନୋଡାଲ ଅଧିକାରୀ ମଧ୍ୟ ନିଯୁକ୍ତ ହେବେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button