ରାଜ୍ୟ

ଅଳିଆ ଗଦାର ଦୁର୍ଗନ୍ଧ ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ପରେ ଶ୍ୱାସରୁଦ୍ଧ ଅବସ୍ଥାରେ ଭୁବନେଶ୍ୱର ବାସିନ୍ଦା – Ibnodisha

[ad_1]

ଭୁବନେଶ୍ୱର: ରାଜଧାନୀସ୍ଥିତ ସୈନିକ ସ୍କୁଲ ନିକଟରେ ରହୁଥିବା ବାସିନ୍ଦା, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଗୁଡ଼ିକ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ଗୁରୁତର ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଦୁଇ ଦିନ ଧରି ଅସ୍ଥାୟୀ ଭାବେ ତିଆରି ହୋଇଥିବା ଡମ୍ପିଂୟାର୍ଡ ବା ଅଳିଆ ଗଦାରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ଏବେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି। ଖାସ କରି ଲୋକେ ଏବେ ନିଶ୍ବାସ ପ୍ରଶ୍ବାସ ଠିକ୍ ଭାବେ ନେବାକୁ ହେଲେ ନାକରେ କପଡା ନହେଲେ ମାସ୍କ ଲଗାଇବାକୁ ଉଚିତ ମଣୁଛନ୍ତି। ଏହାବଦ ସ୍କିନ ବା ଚର୍ମକୁ ସୁସ୍ଥ ରଖିବାକୁ ଉପାୟ ଆପଣାଇ କପଡାରେ ମୁହଁକୁ ଘୋଡାଇ ରଖୁଛନ୍ତି।ଏହିଥୁରୁ ଅନୁମାନ କରିପାରୁଥିବେ ଦୁର୍ଗନ୍ଧର ପ୍ରଭାବ କିଭଳି ଥିବ।
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ଡମ୍ପିଂଆର୍ଡରୁ ବାହାରୁଥିବା ଦୁର୍ଗନ୍ଧରେ ମଞ୍ଚେଶ୍ୱର, ଭିଏସ୍ଏସ୍ ନଗର, ସହିଦ ନଗର, ଆଚାର୍ୟ୍ୟ ବିହାର, ଡମଣା, ଚନ୍ଦ୍ରଶେଖରପୁର, ରଙ୍ଗମାଠିଆ ଆଦି ଅଞ୍ଚଳରେ ବାୟୁମଣ୍ଡଳ ଭରି ଯାଇଥାଏ। ଏହି ସବୁ ଅଞ୍ଚଳରେ ବୁଲୁଥିବା ଅଳିଆ ଟ୍ରକ ଗୁଡିକ ଲୋକଙ୍କ ସମସ୍ୟାକୁ ଆହୁରି ବଢାଇଦେଇଛି। ଡମ୍ପିଂଆର୍ଡ ସ୍ଥାନାନ୍ତର ପାଇଁ ବିଏମସି ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କୁ ଅନେକ ହଇରାଣ ହେବାକୁ ପଡୁଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, ବିଏମସି ପକ୍ଷରୁ ସେମାନଙ୍କୁ ଠକି ଦିଆଯାଉଛି। ପ୍ରତିବାଦ ପରେ ବିଏମସି କର୍ତ୍ତୃପକ୍ଷ ତିନି ମାସ ମଧ୍ୟରେ ଡମ୍ପିଂଆର୍ଡ ସ୍ଥାନାନ୍ତର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ସେମାନେ ଆଉ 6 ମାସ ସମୟ ମାଗିବା ସହ ଏବେ ଆଉ ଦେଢ଼ ବର୍ଷ ଅପେକ୍ଷା କରିବାକୁ କହୁଛନ୍ତି। ଦୁର୍ଗନ୍ଧମୟ ପବନରେ ସହରବାସୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାକୁ ପଡୁଛି, ଯାହା ଫଳରେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଭୂତଳ ଜଳ ଧିରେ ଧିରେ ଦୂଷିତ ହେବାରେ ଲାଗିଛି ବୋଲି ଅଭିଯୋଗ ରହିଛି। ମଞ୍ଚେଶ୍ୱର, ଭିଏସ୍ଏସ୍ ନଗର, ସହିଦ ନଗର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଡମଣା, ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳରେ ଲୋକେ ଅସ୍ବାସ୍ଥ୍ୟକର ପରିବେଶ ଭିତରେ ରହୁଛନ୍ତି।

କେଉଁ ସବୁ ସମସ୍ୟା ସୃଷ୍ଟି ହୋଇପାରେ?

ଜୈବିକ ବର୍ଜ୍ୟବସ୍ତୁର ଅପଚୟ ଦ୍ୱାରା ଉତ୍ପନ୍ନ ବିଷାକ୍ତ ଗ୍ୟାସ୍ ମିଥେନ୍ ଯୋଗୁଁ ଏହି ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ। ମେଥେନ୍ ବାନ୍ତି, ମୁଣ୍ଡବିନ୍ଧା, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇପାରେ। ଦୀର୍ଘ ସମୟ ଧରି ମିଥେନ୍ ସଂସ୍ପର୍ଶରେ ଆସିଲେ ଲିଭର, କିଡନୀ ଓ ସେଣ୍ଟ୍ରାଲ ନର୍ଭସ ସିଷ୍ଟମକୁ କ୍ଷତି ପହଞ୍ଚାଇଥାଏ। ମିଥେନ ବ୍ୟତୀତ ଅଳିଆ ଗଦାରୁ ହାଇଡ୍ରୋଜେନ ସଲଫାଇଡ, ଆମୋନିଆ ଏବଂ ବେଞ୍ଜିନ ଭଳି ଅନ୍ୟ କ୍ଷତିକାରକ ଗ୍ୟାସ ନିର୍ଗତ ହୋଇଥାଏ। ଏହି ଗ୍ୟାସ୍ ଆଖି, ନାକ ଓ ଗଳାକୁ ଜଳାପୋଡ଼ା କରିବା ସହ ଶ୍ୱାସକ୍ରିୟା ଜନିତ ସମସ୍ୟା ଯେପରିକି ଆଜମା ଓ ବ୍ରୋଙ୍କାଇଟିସ୍ ଭଳି ସମସ୍ୟା ସୃଷ୍ଟି କରିଥାଏ। ଦୀର୍ଘ ସମୟ ଧରି ଏହି ଗ୍ୟାସର ସଂସ୍ପର୍ଶରେ ଆସିଲେ କ୍ୟାନସର ହେବାର ଆଶଙ୍କା ଅଧିକ ଥାଏ। ସୈନିକ ସ୍କୁଲ ଅଞ୍ଚଳର ଲୋକେ ମୁଖ୍ୟତଃ ଅଧିକ ପ୍ରଭାବିତ ହେଉଛନ୍ତି ଏହି ଅସ୍ଥାୟୀ ଡମ୍ପୟାର୍ଡର ଦୁର୍ଗନ୍ଧରେ। ହେଲେ ବିଏମସି ରାବଣ ପୋଡି ଠାରୁ ଅଳିଆ ଗଦା ସଫା କିପରି ହେବ ତାଉପରେ ଗୁରୁତ୍ବ ଦେଉନଥିବା ଅଭିଯୋଗ ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button