ଦେଶ

ଅକ୍ଟୋବରରେ ପୁଟିନଙ୍କ ଚୀନ୍ ଗସ୍ତ : ଆଇସିସି ଗିରଫ ପରୱାନା ପରେ ପ୍ରଥମ ବିଦେଶ ଗସ୍ତ – Ibnodisha

[ad_1]

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆସନ୍ତା ଅକ୍ଟୋବର ମାସରେ ଚୀନ୍ ଗସ୍ତ କରିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି। ଗତ ମାର୍ଚ୍ଚ ମାସରେ ୟୁକ୍ରେନ ଯୁଦ୍ଧକୁ ନେଇ ଯୁଦ୍ଧ ଅପରାଧ ଅଭିଯୋଗରେ ଅନ୍ତର୍ଜାତୀୟ କ୍ରମିନାଲ କୋର୍ଟ (ଆଇସିସି) ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ପରେ ଏହା ହେବ ତାଙ୍କର ପ୍ରଥମ ବିଦେଶ ଗସ୍ତ। ଆସନ୍ତା ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି୨୦ ସମ୍ମିଳନୀରେ ପୁଟିନ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସୋମବାର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ନିଜେ ଜି୨୦ ବୈଠକରେ ଯୋଗ ଦେଇପାରିବେ ନାହିଁ। ତାଙ୍କ ତରଫରୁ ବିଦେଶ ମନ୍ତ୍ରୀ ସର୍ଗେ ଲଭରୋଭ ଯୋଗ ଦେବେ ବୋଲି ଜଣାଇଥିଲେ। ଆସନ୍ତା ଅକ୍ଟୋବରରେ ଚୀନରେ ଅନୁଷ୍ଠିତ ହେବାକୁ ଥିବା ବେଲ୍‌ଟ ଆଣ୍ଡ ରୋଡ୍ କନକ୍ଲେଭରେ ଯୋଗ ଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଆମନ୍ତ୍ରଣ କରିଥିଲେ। ପୁଟିନ ତାଙ୍କ ଆମନ୍ତ୍ରଣକୁ ଗ୍ରହଣ କରିବା ପରେ କ୍ରେମଲିନ ତାଙ୍କର ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି କରୁଥିବା ଜଣାପଡ଼ିଛି।

ହେଗ୍‌ସ୍ଥିତ କୋର୍ଟ ଗିରଫ ପରୱାନା ଜାରି କରିବା ପରଠାରୁ ପୁଟିନ ଯୁଦ୍ଧ-ପୀଡ଼ିତ ୟୁକ୍ରେନ୍ ଛଡ଼ା ରୁଷ୍ ସୀମା ବାହାରକୁ ଯାଇ ନାହାନ୍ତି। ଚଳିତ ମାସରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ସେ ଯୋଗ ଦେଇ ନ ଥିଲେ। ଦକ୍ଷିଣ ଆଫ୍ରିକା ଆଇସିସିର ଅନ୍ୟତମ ସ୍ବାକ୍ଷରକାରୀ ହୋଇଥିବାରୁ ନିୟମାନୁଯାୟୀ ତାଙ୍କ ଦେଶରେ ପାଦ ଦେଲେ ସେଠାରେ ପୁଟିନଙ୍କୁ ଗିରଫ କରାଯାଇଥାନ୍ତା। ୟୁକ୍ରେନ ଆକ୍ରମଣ ପୂର୍ବରୁ ଫେବ୍ରୁଆରି ୨୦୨୨ରେ ପୁଟିନ ଶେଷଥର ପାଇଁ ଚୀନ୍ ଯାଇଥିଲେ। ତା’ପରଠାରୁ ସେ କେବଳ ପୂର୍ବତନ ସୋଭିଏତ ୟୁନିୟନ ଅନ୍ତର୍ଗତ ଦେଶ ଓ ଇରାନ ଗସ୍ତ କରିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button