ଦେଶ

ପ୍ରଥମ ସ୍ବଦେଶୀ ଆଣବିକ ଶକ୍ତି କେନ୍ଦ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ – Ibnodisha

[ad_1]

ନୂଆଦିଲ୍ଲୀ: ଗୁଜୁରାଟର କାକ୍ରାପାରଠାରେ ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୭୦୦ ମେଗାୱାଟ ପରମାଣୁ ଶକ୍ତି କେନ୍ଦ୍ର ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ ଆରମ୍ଭ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି। କାକ୍ରାପାର ଆଣବିକ ଶକ୍ତି ପ୍ରକଳ୍ପ (କେଏପିପି)ର ରିଆକ୍ଟର ଜୁନ୍ ୩୦ରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର କ୍ଷମତାର ୯୦ ପ୍ରତିଶତରେ ସୀମିତ ଥିଲା। ଏହି ପ୍ରକଳ୍ପ ପୂର୍ଣ୍ଣ କ୍ଷମତା ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏକ୍ସରେ ସୂଚନା ଦେଇଛନ୍ତି।

ନ୍ୟୁକ୍ଲିୟର ପାୱାର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏନ୍‌ପିସିଆଇଏଲ୍) କାକ୍ରାପାରଠାରେ ଦୁଇଟି ୭୦୦ ମେଗାୱାଟ୍ ଚାପଯୁକ୍ତ ଭାରି ଜଳ ରିଆକ୍ଟର (ପିଏଚ୍ଡବ୍ଲ୍ୟୁଆର୍) ନିର୍ମାଣ କରିଛି। ସେଠାରେ ଦୁଇଟି ୨୨୦ ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ପ୍ଲାଣ୍ଟ ମଧ୍ୟ ରହିଛି। ରାଜସ୍ଥାନର ରାୱତଭଟା ଏବଂ ହରିୟାଣାର ଗୋରଖପୁରରେ ୭୦୦ ମେଗାୱାଟ ଆଣବିକ ଶକ୍ତି କେନ୍ଦ୍ର ନିର୍ମାଣ ଚାଲିଛି। ହରିୟାଣାର ଗୋରଖପୁର, ମଧ୍ୟପ୍ରଦେଶର ଚୁଟ୍‌କା, ରାଜସ୍ଥାନର ମହି ବାଂଶଓ୍ୱାରା ଏବଂ କର୍ଣ୍ଣାଟକର କାଇଗା ଭଳି ୪ଟି ସ୍ଥାନରେ ସରକାର ୧୦ଟି ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ପିଏଏଚ୍‌ଡବ୍ଲ୍ୟୁଆର୍ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button