ଦେଶ

ହମାସ, ପୁଟିନଙ୍କ ବିରୋଧରେ ଗର୍ଜିଲେ ବାଇଡେନ୍‌: ସେମାନେ ଗଣତନ୍ତ୍ରର ବିପର୍ଯ୍ୟୟ ଚାହୁଛନ୍ତି – Ibnodisha

[ad_1]

ୱାସିଂଟନ୍‌ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ ଗସ୍ତରୁ ଫେରିବାପରେ ହ୍ବାଇଟ୍‌ ହାଉସ ଓଭଲ୍‌ ଅଫିସରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ବାଇଡେନ ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ବାଇଡେନ କହିଛନ୍ତି, ଉଭୟ ହମାସ ଏବଂ ପୁଟିନ ଭିନ୍ନ ବିପଦକୁ ପ୍ରତିନିଧିତ୍ବ କରୁଛନ୍ତି। କିନ୍ତୁ ସେମାନଙ୍କର ଲକ୍ଷ୍ୟ ଗୋଟିଏ। ସେମାନେ ଗଣତନ୍ତ୍ରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେବାକୁ ଚାହାନ୍ତି। ଗଣତନ୍ତ୍ରର ବିପର୍ଯ୍ୟୟରେ ସେମାନେ ଫାଇଦା ଦେଖୁଛନ୍ତି। ଗାଜା ଷ୍ଟ୍ରିପ୍‌କୁ ମାନବୀୟ ସହାୟତା ପଠାଇବାପାଇଁ ବାଇଡେନ୍‌ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଅନୁରୋଧ କରିଥିବାବେଳେ ଏଯାଏଁ ଗାଜାରେ ମାନବୀୟ ସହାୟତା ପହଞ୍ଚିନାହିଁ। ଇସ୍ରାଏଲ ଓ ଇଜିପ୍ଟ ମଧ୍ୟରେ ତାଳମେଳ ଅଭାବରୁ ଏଥିରେ ବିଳମ୍ବ ହୋଇଛି। ଅନ୍ୟପକ୍ଷରେ ହମାସ ଉପରେ ତୀବ୍ର ଆକ୍ରମଣ କରି ବାଇଡେନ କହିଛନ୍ତି, ଏହି ସଂଗଠନର ଶେଷ ସୁନିଶ୍ଚିତ। ବାଇଡେନ ମଧ୍ୟ ଘୋଷଣା କରିଛନ୍ତି ଯେ ୟୁକ୍ରେନ ଏବଂ ଆଫଗାନିସ୍ତାନକୁ ସହଯୋଗ କରିବାପାଇଁ ସେ କଂଗ୍ରେସକୁ ଅଧିକ ପାଣ୍ଠି ଦେବାପାଇଁ ଅନୁରୋଧ କରିବେ। ଇତିମଧ୍ୟରେ ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କାର୍ଗୋ ବିମାନ ଇଜିପ୍ଟର ଅଲ୍‌ ଆରିସ୍‌ ବିମାନବନ୍ଦରରେ ପହଞ୍ଚିଛି। ଏହା ରାଫା ସୀମା ଦେଇ ଗାଜାକୁ ଯିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଗୁରୁବାର ଗାଜା ପାଇଁ ୧୦୦ ମିଲିଅନ ଡଲାରର ମାନବୀୟ ସହାୟତା ଘୋଷଣା କରିଥିଲେ। ଜର୍ମାନ ବିଦେଶ ମନ୍ତ୍ରୀ ଆନ୍ନାଲେନା ବେରବକ୍‌ କହିଛନ୍ତି, ଜର୍ମାନୀ ଗାଜା ଷ୍ଟ୍ରିପ୍‌କୁ ମେଡିକାଲ ଟିମ୍‌ ପଠାଇବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button