ରାଜ୍ୟ

ମହାପ୍ରଭୁଙ୍କୁ ଦର୍ଶନ କଲେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ଗତକାଲି ସେ ପୁରୀରେ ପହଞ୍ଚି ଥିବା ବେଳେ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିଥିଲେ । ତେବେ ଆଜି ରାହୁଲ ନବୀନ କଟକରେ ଏସ ଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇଥିଲେ । ଆଜି ସେ ଅପରାହ୍ନରେ ପୁରୀ ଫେରିବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏଥିସହ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ତେବେ ଆସନ୍ତାକାଲି ସେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ବାହାରିବା ସହ ଇଡି ଅଫିସକୁ ଯିବାର କାର୍ଯ୍ୟକ୍ରମ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button