ରାଜ୍ୟ

ଓଏଏସ ପାଇବା ପରେ ଗାଁ ର ଝିଅ କୁ ସ୍ୱାଗତ ସମ୍ବର୍ଦ୍ଧନା କଲେ ଗ୍ରାମବାସୀ।

ଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଗ୍ରାମର ରାଜେନ୍ଦ୍ର ନାଏକ ଓ ପଦ୍ମିନୀ ନାଏକ ଙ୍କ ଏକମାତ୍ର ଝିଅ ଶିବାନୀ ନାଏକ ଚଳିତ ବର୍ଷ ପ୍ରକାଶିତ ଓଏଏସ ପରୀକ୍ଷା ରେ ୬୧୮ ରେଙ୍କ ରଖି କଳାହାଣ୍ଡି ଜିଲ୍ଲା ତଥା କୋକସରା ବ୍ଲକ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।

ରବିବାର ଗାଁ ର ସୁନାନାକି ଝିଅ ଶିବାନୀ ଗାଁ ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ଟେମରା ଗ୍ରାମବାସୀ ଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏକ ବର୍ଣାର୍ଧ୍ୟ ପରିବେଶ ମଧ୍ୟରେ ତାଙ୍କୁ ଗାଁ ମୁଣ୍ଡ ରୁ ସ୍ୱାଗତ ସମ୍ବର୍ଦ୍ଧନା କରି।ଗାଁ ପରିକ୍ରମା କରିବା ସମୟରେ ଅନେକ ସ୍ଥାନରେ ମହିଳା ମାନେ ବନ୍ଧା ପଣା କରିଥିଲେ।ପରେ ଗାଁ ର ଆରାଧ୍ୟ ଦେବୀ ମା ବସ୍ତରେନ ମାଉଳି ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା ପରେ ମନ୍ଦିର ପରିସର ରେ ଏକ ସମ୍ବର୍ଦ୍ଧନା ସଭା ଦିଆଯାଇଛି। କାର୍ଯ୍ୟକ୍ରମ ରେ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ବରିଷ୍ଠ ବିଜେପି ନେତା ସୁଧୀର ପାତ୍ର, ବ୍ୟାଙ୍କ ଅଧିକାରୀ ବିପିନ ଦଳପତି, ରାଜେନ୍ଦ୍ର ନାଏକ,ହେମନ୍ତ ବାଣୁଆ, ମିନିକେତନ ସାହୁ, ଚୌବନ ରଣା, କ୍ଷୀରସିନ୍ଧୁ ହଂସ, ଘାସିରାମ ନାଏକ, ଦୁଷ୍ମନ୍ତ ପାତ୍ର,ଅଭିରାମ ଳଦୁଆ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। ମଞ୍ଚ ସଂଯୋଜନା ରୋହିତ କୁମାର ପାଣିଗ୍ରାହୀ କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button