IBN ଓଡ଼ିଶା ବ୍ୟୁରୋ

ସ୍ୱାମୀର ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି ସ୍ତ୍ରୀ, ଦରକାର କେବଳ ଆପଣଙ୍କ ସାହାଯ୍ୟ

ପୋଲସରା : ସ୍ୱାମୀର ମୁଣ୍ଡ ପାଖରେ ବସି ଆଖିରୁ ଲୁହ ଝରାଇ ଚାଲିଛି ସ୍ତ୍ରୀ । ଭାବୁଛି ଭଗବାନ ସତ୍ୟବାନଙ୍କ ଜୀବନ ବଞ୍ଚାଇଲା ଭଳି ମୁଁ କଣ ମୋ ସ୍ୱାମୀଙ୍କର ଜୀବନ ବଞ୍ଚାଇ ପାରିବିନି । ମୋ ସଂଙ୍ଖା ସିନ୍ଦୁରକୁ ବଞ୍ଚାଇଦିଅ ଭଗବାନ୍‌ । ମୁଁ ମୋ ସ୍ୱାମୀଙ୍କର କଷ୍ଟ ସହିପାରୁନି । ଏମିତି ତାଙ୍କୁ ବିଛଣାରେ ପଡିଥିବାର ମୁଁ ଦେଖିପାରୁନି ।

ସେ କାମ କଲେ ଆମ ଘର ଚଳୁଥିଲା, ଏବେ ଆମେ ଚାରି ପ୍ରାଣୀ କଣ କରିବୁ? କେମିତି ବଞ୍ଚିବୁ ? ସ୍ୱାମୀର ଶୁଭ ମନାସୀ ପାଖରେ ବସି ମୁଣ୍ଡ ଆଉଁସି ଦେଉଛି ସ୍ତ୍ରୀ ।

ଏପଟେ ବୁଢ଼ି ମାଆ ବି ଭାବୁଛି ଯେଉଁ ପୁଅ ଦିନେ ପରିବାରର ବୋଝ ମୁଣ୍ଡାଉଥିଲା । ସମସ୍ତଙ୍କ ମୁହଁରେ ଆହାର ଦେଉଥିଲା । ଆଜି ସେ ଏମିତି ପଡିରହିଛି ବିଛଣାରେ । ଘରେ ସେ ଗୋଟିଏ ବୋଲି ରୋଜଗାରିଆ । ଏବେ ସେ ରୋଗରେ ପଡିଗଲା ପରେ ଘର ଚଳିବାକୁ ହୋଇଯାଉଛି କଷ୍ଟ । ଯେଉଁଠି ଖାଇବାକୁ ମୁଠାଏ ଦାନା ନାହିଁ, ସେଠି ପୁଅର ଏତେ ବଡ ରୋଗ । ଭଲ ହେବ କେମିତି ସେହି ଚିନ୍ତାରେ ପରିବାର ଲୋକେ ।

ପରିବାର ପାଇଁ ଏକା ଏକା ଲଢେଇ କରୁଥିବା ଶରୀର ଆଜି ରୋଗାକ୍ରାନ୍ତ ଅବସ୍ଥାରେ ବିଛଣାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏଭଳି ଏକ ହୃଦୟ ବିଦାରକ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଗାଁରେ । ଗାଁର ସୁଦର୍ଶନ ସାହୁଙ୍କ ପୁଅ, ପ୍ରଦ୍ୟୁମ୍ନ ସାହୁ । ବୟସ ୩୪ ବର୍ଷ । ମାଆ ଓ ସ୍ତ୍ରୀ ପିଲା ଛୁଆଙ୍କୁ ନେଇ ଚାଲିଥିଲା ତାଙ୍କର ସୁଖର ସଂସାର । ହେଲେ ଏହି ସୁଖର ସଂସାର ଭିତରେ ହଠାତ୍‌ ଆସିଗଲା ଝଡ । ଯେତେବେଳେ ଜଣାପଡିଲା ପ୍ରଦ୍ୟୁମ୍ନ ହୋଇଛନ୍ତି ଯକୃତ ରୋଗରେ ପୀଡିତ । ଦୀର୍ଘ ୨ ବର୍ଷ ଧରି ଯକୃତ ରୋଗରେ ପୀଡ଼ିତ ହୋଇ ଅନ୍ୟର ସାହାଯ୍ୟ ଓ ସହଯୋଗରେ ବଞ୍ଚିବାର ରାହା ଖୋଜୁଛନ୍ତି ପ୍ରଦ୍ୟୁମ୍ନ।

ଅସହାୟ ଅବସ୍ଥାରେ ପ୍ରଦ୍ୟୁମ୍ନ ନିଜ ବାପା ମାଆ ଓ ସ୍ତ୍ରୀ ପିଲାଛୁଆଙ୍କୁ ନେଇ ଆଜି ଜୀବନ ମରଣର ଦୋ ଛକିରେ ମୃତ୍ୟୁ ସହ ଲଢ଼ୁଛନ୍ତି । ପ୍ରଦ୍ୟୁମ୍ନଙ୍କ ଚିକିତ୍ସା ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ଯାହାକି ବର୍ତ୍ତମାନ ଅର୍ଥ ସାଜିଛି ପ୍ରତିବନ୍ଧକ । ଏଭଳି ପରିସ୍ଥିତିରେ ପ୍ରଦ୍ୟୁମ୍ନଙ୍କ ଉତ୍ତମ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥର ସହାୟତା ଲୋଡିଛନ୍ତି ।

ପ୍ରଦ୍ୟୁମ୍ନଙ୍କୁ ଦରକାର କେବଳ ଆପଣଙ୍କ ସାହାଯ୍ୟ । ଆପଣଙ୍କ ଗୋଟେ ଛୋଟିଆ ସାହାଯ୍ୟ ଗୋଟେ ଘରକୁ ସଜାଡି ଦେଇପାରିବ । ଗୋଟେ ସ୍ତ୍ରୀ ମଥାରୁ ତାର ସିନ୍ଦୁରକୁ ରକ୍ଷା କରିପାରିବ । ଆମର ଅନୁରୋଧ ପ୍ରଦ୍ୟୁମ୍ନଙ୍କୁ ସରକାରୀ ଏବଂ ବେସରକାରୀ ସ୍ତରରେ ନିଶ୍ଚିତ ସାହାଯ୍ୟର ଆବଶ୍ୟକ ପଡୁଛି । ଯଦି କୌଣସି ବଦାନ୍ୟ ବ୍ୟକ୍ତି ପ୍ରଦ୍ୟୁମ୍ନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବାକୁ ଚାହୁଁଛନ୍ତି ତାହେଲେ ଏଥିରେ ସାହାଯ୍ୟ ରାଶି ପଠାଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button