ରାଜ୍ୟବାସୀଙ୍କୁ ମାଗଣା ଚାଉଳ ଓ ଡାଲି ଦେବାରେ ରାଜ୍ୟ ସରକାରଙ୍କ 1 ଟଙ୍କାର ଅବଦାନ ନାହିଁ- ଗୋଲକ ମହାପାତ୍ର

IBN ଓଡିଶା(ବ୍ୟୁରୋ):- ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ସରକାର ମାଗଣାରେ ଚାଉଳ ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ 5 କେଜି ଚାଉଳ ଓ 1 କେଜି ଡାଲି ଦେବା ଘୋଷଣାକୁ ମିଥ୍ୟା ପ୍ରଚାର ବୋଲି ଗୋଲକ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କୁ SDRFରୁ 5 କେଜି ଚାଉଳ ଓ 1 କେଜି ଡାଲି ଦେବାକୁ କେନ୍ଦ୍ର ସରକାର ରାଜ୍ୟକୁ କହିଥିଲେ । ତେଣୁ ମାଗଣା ଚାଉଳ ଓ ଡାଲିରେ ରାଜ୍ୟ ସରକାରଙ୍କ 1 ଟଙ୍କାର ଅବଦାନ ନାହିଁ । ଏବେ 5 ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଓ ଡାଲି ଦେବେ ବୋଲି ରାଜ୍ୟ ସରକାର କହୁଛନ୍ତି। ସ୍ପଷ୍ଟ କରନ୍ତୁ ଏ 5 ଲକ୍ଷ ପ୍ରବାସୀ ଓଡ଼ିଆ ନୁହଁନ୍ତି ତ ?
ଗୋଲକ ମହାପାତ୍ର ପୁଣି କହିଛନ୍ତି ଯେ, ପ୍ରବାସୀଙ୍କୁ ବି ମାଗଣାରେ ଚାଉଳ ଓ ଡାଲି ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ତେଣୁ ନିଜସ୍ୱ ଖାଦ୍ୟ ସୁରକ୍ଷାରୁ ଦେବାର କହି ସରକାର ମିଥ୍ୟା ପ୍ରଚାର କରୁଛନ୍ତି। ମିଛ କହି ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ। ମାଗଣାରେ 5 କେଜି ଚାଉଳ ଓ 1 କେଜି ଡାଲି ପାଇଁ ସବୁ ପଇସା କେନ୍ଦ୍ର ସରକାର ଦେଉଛନ୍ତି।




