IBN ଓଡ଼ିଶା ବ୍ୟୁରୋଦେଶ

ଆତ୍ମନିର୍ଭର ଭାରତରେ ସାମିଲ ହେବେ କୁମ୍ଭାର ସମ୍ପ୍ରଦାୟ, 100ଟି ବୈଦ୍ୟୁତିକ ଚକ ପ୍ରଦାନ କଲେ ଅମିତ ଶାହା

IBN ଓଡିଶା(ବ୍ୟୁରୋ):- ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନ ତାଙ୍କ ଗାନ୍ଧିନଗର ଲୋକସଭା ନିର୍ବାଚନମଣ୍ଡଳୀରେ 100ଟି ବୈଦ୍ୟୁତିକ କୁମ୍ଭାର ଚକ ବଣ୍ଟନ କରିଛନ୍ତି। ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗର କୁମ୍ଭାର ସଶକ୍ତିକରଣ ଯୋଜନା ଅଧୀନରେ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଦାନ କରାଯାଇଛି। କୁମ୍ଭାର ସମ୍ପ୍ରଦାୟଙ୍କୁ ଆତ୍ମନିର୍ଭର ଭାରତରେ ସାମିଲ କରିବାକୁ ତଥା ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ କେନ୍ଦ୍ର ଗୃହମନ୍ତ୍ରୀ କୁମ୍ଭାର ଚକ ବଣ୍ଟନ କରିଛନ୍ତି ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ର ବିବୃତ୍ତି ଅନୁଯାୟୀ ଶାହା କହିଛନ୍ତି ଯେ, ପାରମ୍ପାରିକ କୁମ୍ଭାର କଳାକୁ ପୁନର୍ଜୀବିତ କରିବା ସହିତ ବଞ୍ଚିତ କୁମ୍ଭାର ସମ୍ପ୍ରଦାୟକୁ ମଜବୁତ କରିବାରେ ଏହି ପଦକ୍ଷେପ ସହାୟକ ହେବ।
“ଆମ କୁମ୍ଭାରମାନଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି, ତାହା ଦେଖି ମୁଁ ଖୁସି। ପ୍ରଜାପତି ସମ୍ପ୍ରଦାୟର ଉନ୍ନତ ଜୀବନଯାପନ ପାଇଁ କେନ୍ଦ୍ରରେ ଆମର ସରକାର ସର୍ବଦା ଚିନ୍ତିତ। ବୈଦ୍ୟୁତିକ ଚକର ବଣ୍ଟନ ଆମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତରଫରୁ ଲୋକଙ୍କୁ ଏକ ଉପହାର ଅଟେ।
କୁମ୍ଭାରଙ୍କୁ ସାଶକ୍ତିକରଣ କରିବା ଦିଗରେ ଏହା ଏକ ପଦକ୍ଷେପ ଅଟେ।
ଗୃହମନ୍ତ୍ରୀ କୁମ୍ଭାରମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସେମାନଙ୍କ ଉତ୍ପାଦ ବିକ୍ରୟ ପାଇଁ ଉପଯୁକ୍ତ ମାର୍କେଟିଂ ଚ୍ୟାନେଲ ଯୋଗାଇବା ପାଇଁ ରେଳବାଇ ସହିତ ଟାଇ-ଅପ୍ ସମେତ ବ୍ୟବସ୍ଥା କରାଯିବ। କେଭିଆଇସି ଚେୟାରମ୍ୟାନ୍ ବିନୟ କୁମାର ସକ୍ସେନା ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ 17,000 ରୁ ଅଧିକ ବୈଦ୍ୟୁତିକ ଚକ ସାରା ଦେଶରେ ବଣ୍ଟନ କରାଯାଇଛି ଏବଂ କୁମ୍ଭାର ସମ୍ପ୍ରଦାୟର ପ୍ରାୟ 70,000 ଲୋକ ଉପକୃତ ହେଉଛନ୍ତି

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button