IBN ଓଡ଼ିଶା ବ୍ୟୁରୋ

କଲିକତା ଡାକ୍ତର ଦୁଷ୍କର୍ମ ମାମଲା : ସିବିଆଇକୁ ନୂଆ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୁଡ ,ଜଷ୍ଟିସ େଜ.ବି ପାରଦ୍ୱିଓ୍ଵାଲା ଏବଂ ମେନାଜ ମିଶ୍ରାଙ୍କ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି । ସିବିଆଇ ଏହି ମାମଲାରେ ତଦନ୍ତ ଷ୍ଟାଟସ୍ ରିପୋର୍ଟ ସର୍ବୋଚ୍ଚ ଅଦାଲତଙ୍କୁ ପ୍ରଦାନ କରିଛି । ଖଣ୍ଡପୀଠ ବନ୍ଦ ଲଫାଫାରେ ଥିବା ଏହି ରିପୋର୍ଟକୁ ସମୀକ୍ଷା କରିଛନ୍ତି ।

ଶୁଣାଣି ବେଳେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବାସଭବନ ହସ୍ପିଟାଲ ଠାରୁ କେତେ ଦୂର ବୋଲି ସିଜେଆଇ ଚନ୍ଦ୍ରଚୂଡ଼ ପ୍ରଶ୍ନ କରିଥିଲେ ।

କୋଲକାତା କେସରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ପକ୍ଷ ରଖୁଛନ୍ତି । ସେ ଜବାବରେ କହିଛନ୍ତି, ଆମେ ଷ୍ଟାଟସ୍ ରିପୋର୍ଟର କପି ସୁପ୍ରିମକୋର୍ଟରେ ଜମା କରିଛୁ । ମାତ୍ର ଯାଞ୍ଚ ଏଜେନ୍ସିକୁ ଏହାର କପି ପଶ୍ଚିମବଙ୍ଗ ସରକାର ଏଯାଏଁ ଦେଇନାହାନ୍ତି । ପୀଡିତାଙ୍କୁ ନ୍ୟାୟ ଦାବିରେ ଡାକ୍ତର ଆନ୍ଦୋଳନ ଯୋଗୁ ଚିକିତ୍ସା ଅବହେଳା ହୋଇଥିଲା । ଏହି ସମୟରେ ହସ୍ପିଟାଲରେ ୨୩ଜଣ ମୃତ୍ୟୁ ହୋଇଛି ବୋଲି କପିଲ ଶିବଲ କହିଛନ୍ତି ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ ତାରିଖରେ ହେବ ମୃତ୍ୟୁ ପ୍ରମାଣପତ୍ର ଦିଆଯାଇଥିଲେ ହେଁ ଏହାର ପରଦିନ କାହିଁକି ଅସ୍ବାଭାବିକ ମାମଲା ରୁଜୁ କରାଗଲା, ସେନେଇ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ତେବେ ଆଜି ଶୁଣାଣି କରିବା ବଦଳରେ ଆଉ କିଛି ଦିନ ସିବିଆଇକୁ ସମୟ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା କରାଯାଇଥିବା ତଦନ୍ତକୁ ନେଇ ପରବର୍ତ୍ତି ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ଏକସପ୍ତାହ ସମୟ ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button