ରାଜ୍ୟ

ଆନ୍ଦୋଳନକୁ ଓହ୍ଲାଇବେ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ: ୨୫ରେ ରାଜଧାନୀରେ ମହାସମାବେଶ – Ibnodisha

[ad_1]

ଭୁବନେଶ୍ବର: ଗୋଟିଏ ପଟେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ସ୍କୁଲ ଫେରୁନାହାନ୍ତି କି ଛାତ୍ରଛାତ୍ରୀଙ୍କ କ୍ଲାସ ନେଉନାହାନ୍ତି। ପାଠପଢ଼ା ହେଉ ନ ଥିବାରୁ ବିଦ୍ୟାଳୟ ସମସ୍ୟା ବିଗିଡ଼ିବାରେ ଲାଗିଛି। ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନୈରାଶ୍ୟଜନକ ହେଉଥିବା ବେଳେ ଆସନ୍ତା ୨୫ ତାରିଖରୁ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇବେ। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଡାକରାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ ବିଧାନସଭା ସମ୍ମୁଖରେ ବି‌କ୍ଷୋଭ ପ୍ରଦର୍ଶନ କରିବେ ବୋଲି ଓଷ୍ଟା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି।

ଶ୍ରୀ ଦାଶ କହିଛନ୍ତି ଯେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସେପ୍ଟେମ୍ବର ୫(ଗୁରୁ ଦିବସ)ରେ ରାଜଧାନୀରେ ଶୋଭାଯାତ୍ରା କରିବା ସହ କଳାବ୍ୟାଜ୍ ପରିଧାନ କରି ନିରବ ପ୍ରତିବାଦ କରିଥିଲେ। ରାଜ୍ୟ ସରକାର ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ କରି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଶିକ୍ଷକମାନଙ୍କ କୌଣସି ସମସ୍ୟାର ସମାଧାନ କରାଯାଇ ନାହିଁ କିମ୍ବା ଶିକ୍ଷକ ନେତୃତ୍ୱମାନଙ୍କ ସହ ଏପର୍ଯ୍ୟନ୍ତ ଆଲୋଚନା ହୋଇନି। ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ପାଳନ କରି ନାହାନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ହେଉ ନ ଥିବାରୁ ୨୫ ତାରିଖରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ। ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ ଏହି ସମାବେଶରେ ସାମିଲ ହେବେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅହୋରାତ୍ର ଧାରଣାରେ ବସିରହିବେ।

ଯୋଗ୍ୟ ବିବେଚିତ ସମସ୍ତ ବିଦ୍ୟାଳୟଗୁଡ଼ିକୁ ଅନୁଦାନ, ସପ୍ତମ ବେତନରୁ ବାଦ୍‌ ପଡ଼ିଥିବା ବିଦ୍ୟାଳୟକୁ ସାମିଲ, ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ପେନସନ, ଅବସରକାଳୀନ ସୁବିଧା, ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବିରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ନିଯୁକ୍ତି, ୬୪୮ ବିଦ୍ୟାଳୟକୁ ସରକାରୀକରଣ ଓ ଏଥିରେ କାର୍ଯ୍ୟରତ ୫୨ଜଣ ସେକ୍ସନ୍ ଶିକ୍ଷକମାନଙ୍କୁ ଅନୁଦାନ, ୧୧୦ ବାଳିକା ବିଦ୍ୟାଳୟ ପ୍ରତି କରାଯାଇଥିବା ଅବିଚାରକୁ ଦୂର, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି ପରି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି। ଏହି ଦାବିଗୁଡ଼ିକ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର ଓ କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ ପ୍ରମୁଖ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button