ଦେଶ

ଜାତିସଂଘରେ ଖଲିସ୍ତାନୀ ଆତଙ୍କବାଦୀ ପ୍ରସଙ୍ଗ: ଗଣମା‌ଧ୍ୟମ ପ୍ରଶ୍ନକୁ ଏଡ଼ାଇଗଲେ ଟ୍ରୁଡୋ – Ibnodisha

[ad_1]

ନୂଆଦିଲ୍ଲୀ: କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ଏବଂ ଆତଙ୍କବାଦୀ ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସଂସଦରେ ଅଭିଯୋଗ ଏବଂ ଏହି ଅଭିଯୋଗକୁ ଭାରତ ଖଣ୍ଡନ କରିବା ପ୍ରସଙ୍ଗରେ କିଛି ଗଣମାଧ୍ୟମ ପ୍ରଶ୍ନକୁ ଟ୍ରୁ‌ଡୋ ଏଡ଼ାଇ ଯାଇଛନ୍ତି। ଜାତିସଂଘ ସାଧାରଣ ପରିଷଦର ୭୮ତମ ଅଧିବେଶନରେ ଯୋଗଦେବା ଅବସରରେ ଟ୍ରୁଡୋଙ୍କୁ ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ କରାଯାଇଥିଲା । କିନ୍ତୁ ଏହାକୁ ସେ ଏଡ଼ାଇ ଯାଇଥିଲେ। ଉଲ୍ଲେଖଯୋଗ୍ୟ, ଭାରତ ଏବଂ କାନାଡ଼ା ମଧ୍ୟରେ କୂଟନୈତିକ ବିବାବ ବଢ଼ିବାରେ ଲାଗିଛି।

ଉଭୟ ରାଷ୍ଟ୍ର ପରସ୍ପରର କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି । ସେହିପରି ଭାରତ ଏବଂ କାନାଡ଼ା ସେମାନଙ୍କ ନାଗରିକଙ୍କ ପାଇଁ ସୁରକ୍ଷା ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଗତ କିଛିମାସ ଧରି ଭାରତ ଏବଂ କାନାଡ଼ା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଅତି ଜଟିଳ ସ୍ଥିତିରେ ପହଞ୍ଚିଛି। କାନାଡ଼ା ବାଣିଜ୍ୟ କଥାବାର୍ତ୍ତା ମଧ୍ୟ ବାତିଲ କରିଦେଇଛି। ୨ ରାଷ୍ଟ୍ର ମଧ୍ୟରେ ବିବାଦ ବଢ଼ୁଥିବ‌ାବେଳେ ଭାରତ ବୁଧବାର ଦିନ କାନାଡ଼ାରେ ଥିବା ଏହାର ସମସ୍ତ ନାଗରିକଙ୍କୁ ଅତ୍ୟଧିକ ସତର୍କ ରହିବାପାଇଁ କହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button