ଦେଶ

ସଫଳ ହେଲା ‘ଆଦିତ୍ୟ-ଏଲ୍‌୧’ର ତୃତୀୟ କକ୍ଷପଥ ପ୍ରବେଶ – Ibnodisha

[ad_1]

ବେଙ୍ଗାଲୁରୁ: ଶନିବାର ରାତିରେ ‘ଇସ୍ରୋ ଟେଲିମେଟ୍ରି, ଟ୍ରାକିଙ୍ଗ୍‌ ଆଣ୍ଡ୍‌ କମାଣ୍ଡ୍‌ ନେଟ୍‌ୱାର୍କ’ର (ଇଷ୍ଟ୍ରାକ୍‌) ବୈଜ୍ଞାନିକମାନେ ସମ୍ପ୍ରତି ପୃଥିବୀ ଚତୁଃପାର୍ଶ୍ବରେ ପରିକ୍ରମଣ କରୁଥିବା ଭାରତର ପ୍ରଥମ ସୌର ମଣ୍ଡଳ ପର୍ଯ୍ୟବେକ୍ଷଣ ଅଭିଯାନରେ ଯାଇଥିବା ମହାକାଶଯାନ ‘ଆଦିତ୍ୟ-ଏଲ୍‌୧’କୁ ତା’ର ତୃତୀୟ କକ୍ଷପଥ ପ୍ରବେଶ କରାଇବାରେ ସଫଳ ହୋଇଛନ୍ତି।

ଶନିବାର ରାତି ୨.୩୦ରେ କରାଯାଇଥିବା ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ ସଂକ୍ରାନ୍ତରେ ‘ଇସ୍ରୋ’ କରିଥିବା ‘ଏକ୍ସ୍‌’ରେ କହିଛି: କକ୍ଷପଥ ପରିବର୍ତ୍ତନ ଅଭିଯାନକୁ ମରିସସ୍‌, ବେଙ୍ଗାଲୁରୁ, ‘ଏସ୍‌ଡିଏସ୍‌ସି-ଏସ୍‌ଏଚ୍‌ଏଆର୍‌ (ଶ୍ରୀହରିକୋଟା) ଏବଂ ପୋର୍ଟ ବ୍ଲେୟାର୍‌ରେ ଥିବା ‘ଗ୍ରାଉଣ୍ଡ୍‌ ଷ୍ଟେସନ୍‌’ ସବୁ ‘ଆଦିତ୍ୟ-ଏଲ୍‌୧’ର ଗତିବିଧି ଉପରେ ନଜର ରଖିଥିଲେ।

ଏବେ ଏହି ଉପଗ୍ରହ ବା ମହାକାଶଯାନ ୨୯୬x୭୧୭୬୭ କିଲୋମିଟର୍‌ବିଶିଷ୍ଟ ପରିବର୍ଦ୍ଧିତ କକ୍ଷପଥରେ ଥାଇ ପୃଥିବୀ ପରିକ୍ରମଣ କରିବ।

ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ ବା ୪ର୍ଥ କକ୍ଷପଥ ପ୍ରବେଶ ସେପ୍ଟେମ୍ବର ୧୫ ତାରିଖ ରାତି ୮.୩୦ରେ ସମ୍ପନ୍ନ କରାଯିବା କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି।

ସେପ୍ଟେମ୍ବର ୧୫ ତାରିଖରେ ହେବାକୁ ଥିବା କକ୍ଷପଥ ପରିବର୍ତ୍ତନକୁ ମିଶାଇ ‘ଆଦିତ୍ୟ-ଏଲ୍‌୧’ ଆଉ ୨ଟି କକ୍ଷପଥ ବଦଳାଇବ। ‘ଏଲ୍‌୧’ ଆଡ଼କୁ ଯାତ୍ରା କରିବା ଲାଗି ମହାକାଶଯାନର ଆବଶ୍ୟକ ଗତିବେଗ ହାସଲ କରିବା ପାଇଁ ଏହା ଅପରିହାର୍ଯ୍ୟ।

ଉତ୍‌କ୍ଷେପଣ କରାଯିବାର ୧୬ଶ ଦିବସରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ମଧ୍ୟରେ ଥିବା କକ୍ଷପଥ ସବୁ ପରିକ୍ରମଣ ଶେଷ କରିବା ପରେ ‘ଆଦିତ୍ୟ-ଏଲ୍‌୧’ ‘ଟ୍ରାନ୍‌ସ୍‌-ଲାଗ୍ରାଞ୍ଜିଆନ୍‌ ୧ ଇଣ୍ଟର୍‌ଜେକ୍ସନ୍‌’ରେ (ଟିଏଲ୍‌ଆଇ) ପ୍ରବେଶ କରି ‘ଏଲ୍‌୧’ ଆଡ଼କୁ ତା’ର ୧୧୦ ଦିନିଆ ଯାତ୍ରା ଆରମ୍ଭ କରିବ।

ସୂଚନାଯୋଗ୍ୟ, ପୃଥିବୀ ପୃଷ୍ଠରୁ ‘ଏଲ୍‌୧’ ଦୂରତ୍ବ ହେଉଛି ୧.୫ ବିଲିୟନ୍‌ କିଲୋମିଟର। ଏହି ସ୍ଥାନରେ ଉଭୟ ପୃଥିବୀ ଓ ସୂର୍ଯ୍ୟର ମଧ୍ୟାକର୍ଷଣ ଶକ୍ତି ନିଷ୍କ୍ରିୟ ଥାଏ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button