ମନୋରଞ୍ଜନ

ଦେଶର ସବୁଠୁ ବଡ଼ବଜେଟ୍‌ର ଫିଲ୍ମ ‘ବୃଷଭ’ର ନାୟିକା ସାଜିଛନ୍ତି ସଞ୍ଜୟ କପୁରଙ୍କ ଝିଅ – Ibnodisha

[ad_1]

ଦକ୍ଷିଣୀ ଅଭିନେତ୍ରୀ ସାନ୍ୟା କପୁର ନୂଆ ଚଳଚ୍ଚିତ୍ର ‘ବୃଷଭ’ରେ ମୋହନଲାଲଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି। ଏହି ନାରୀକୈନ୍ଦ୍ରିକ ସିନେମାଟିରେ ସାନ୍ୟା ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ସାନ୍ୟା ହେଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ। ଧର୍ମା ପ୍ରଡକ୍ସନର ‘ବେଧଡ଼କ’ ସିନେମା ଜରିଆରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ଏବେ ‘ବୃଷଭ’ରେ ମୋହନଲାଲଙ୍କ ବିପକ୍ଷରେ ନାୟିକା ସାଜି ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଆସନ୍ତାବର୍ଷ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ର ଦେଶର ସବୁଠୁ ବିଗ୍‌ ବଜେଟ୍‌ର ଫିଲ୍ମ ବୋଲି କୁହାଯାଉଛି। ନିକଟରେ ସୁଟିଂ ସମୟର କେତେକ ଫଟୋ ସୋସିଆଲ୍‌ ମିଡିଅ‌ାରେ ପୋଷ୍ଟ କରିଛନ୍ତି ସାନ୍ୟା। ଏଥିରେ ସେ ଅଭିନୟର ଲିଜେଣ୍ଡ ମୋହନଲାଲଙ୍କ ଅଭିନୟର ଯାଦୁ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ମୋହନଲାଲଙ୍କୁ ‘ସାର୍‌’ ବୋଲି ସମ୍ବୋଧନ କରନ୍ତି ସାନ୍ୟା।

ଚଳଚ୍ଚିତ୍ର ‘ବୃଷଭ’ର କାହାଣୀ ବିଷୟରେ ସାନ୍ୟା କହିଛନ୍ତି ଯେ ଏହାର କାହାଣୀ ଖୁବ୍‌ ଆକର୍ଷଣୀୟ, ଯାହାକି ଯୁବବର୍ଗଙ୍କୁ ନିଶ୍ଚିତଭାବେ ଆକର୍ଷିତ କରିବା ସହିତ ପ୍ରଭାବ ପକାଇବ। ଏହି ସିନେମାରେ ଜରହା ଏସ୍. ଖାନ୍ ଓ ରୋଶନ୍ ମେକା ମଧ୍ୟ ସହ କଳାକାର ଭାବେ ଅଭିନୟ କରୁଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ନନ୍ଦକିଶୋର। କନେକ୍ଟ ମିଡି ଓ ବାଲାଜୀ ପ୍ରଡକ୍ସନ୍ ହାଉସ୍‌ର ମିଳିତ ପ୍ରଯୋଜନାରେ ନିର୍ମିତ ‘ବୃଷଭ’ ଫିଲ୍ମରେ ମଧ୍ୟ ଏଭିଏସ୍ ଷ୍ଟୁଡିଓଜ୍‌ର ସହଯୋଗ ରହିଛି। ତେବେ ପ୍ରଯୋଜନା ପଛରେ ଯେଉଁମାନଙ୍କ ଭୂମିକା ରହିଛି ସେମାନେ ହେଲେ ଭିଶାଲ ଗୁରନାନୀ, ଜୁହି ପାରେଖ ମେହଟା, ଅଭିଷେକ ବ୍ୟାସ, ଶ୍ୟାମ ସୁନ୍ଦର, ଏକତା କପୁର, ଶୋଭା କପୁର, ବରୁନ୍ ମାଥୁର ଓ ସୌରଭ ମିଶ୍ର। ‘ବୃଷଭ’ ଚଳଚ୍ଚିତ୍ରଟି ତେଲୁଗୁ, ମାଳୟାଲମ, ହିନ୍ଦୀ, କନ୍ନଡ଼ ଓ ତାମିଲ ଭାଷାରେ ନିର୍ମିତ ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button