ଖେଳ

ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ – Ibnodisha

[ad_1]

ବେଙ୍ଗାଲୁରୁ : ବେଙ୍ଗାଲୁରୁ ର ଏମଏ ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଗୁରୁବାର ଖେଳାଯାଇଥିବା ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ହରାଇଦେଇଛି ନ୍ୟୁଜିଲାଣ୍ଡ । ଶ୍ରୀଲଙ୍କା ଦ୍ବାରା ରଖାଯାଇଥିବା ୧୭୨ ରନର ବିଜୟ ଲକ୍ଷ୍ୟକୁ ୨୩.୨ ଓଭରରେ ହାସଲ କରିନେଇଥିଲା । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୧୦ ପଏଣ୍ଟ ସହ ସେମିଫାଇନାଲ ଖେଳିବା ଆଶା ଉଜ୍ଜଳ ହୋଇଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କା ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଦଳର ସ୍କୋର ମାତ୍ର ୩ ରନ ହୋଇଥିଲା ଓପନର ପ୍ରଥୁମ ନିଶଙ୍କା ୨ ରନ କରି ଆଉଟ ହୋଇଥିଲେ ।

ତେବେ ଅନ୍ୟପଟେ ଓପନର କୁଶଲ ପରେରା ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରି ମାତ୍ର ୨୮ଟି ବଲରେ ୫୧ରନ କରିଥିଲେ । ମାତ୍ର ଦଳର ଅନ୍ୟବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ ଓ ଦଳ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ୧୨୮ ରନରେ ୯ଟି ଓ୍ବିକେଟ ହରାଇଥିଲା । ତେବେ ଶେଷ ଓ୍ବିକେଟ ଯୋଡ଼ିରେ ମହିସ ତିକସନା ଓ ଦିଲସାନ ମଧୁଶଙ୍କା ବେଶ କିଛି ସମୟ ଧରି ନ୍ୟୁଜିଲାଣ୍ଡ ବୋଲରଙ୍କ ଭଲ ମୁକାବିଲା କରିଥିଲେ । ତିକସନା ୩୯ ରନ କରିଥିବାବେଳେ ମଧୁଶଙ୍କା ୧୯ ରନ କରିଥିଲେ । ଶ୍ରୀଲଙ୍କା ୪୬.୪ ତମ ଓଭରରେ ୧୭୧ ରନ କରି ଅଲଆଉଟ ହୋଇଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button