ଦେଶ

ଅଷ୍ଟମ ଶ୍ରେଶୀ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷୟିତ୍ରୀ ଗିରଫ – Ibnodisha

[ad_1]

ନ୍ୟୁୟର୍କ : ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅଷ୍ଟମ ଶ୍ରେଶୀ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି। ଶିକ୍ଷୟିତ୍ରୀ ଜଣଙ୍କ ୮ ବର୍ଷ ପୂର୍ବେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ସହ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଏବେ ତାଙ୍କୁ ଗିରଫ କରାଯାଇଛି। ମଣ୍ଟଗୋମେରୀ କାଉଣ୍ଟି ପୋଲିସ ବିଭାଗ ଅନୁଯାୟୀ, ୩୧ ବର୍ଷିୟା ମେଲିସା ମାରି କାର୍ଟିସ ଜଣେ ଛାତ୍ରଙ୍କ ସହ ଯୌନ ସମ୍ପର୍କ ରଖିଥିଲେ। ସେ ୨୦୧୫ରେ ମଣ୍ଟଗୋମେରୀ ମଧ୍ୟମ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିଲେ। ସେତେବେଳେ ତାଙ୍କୁ ୨୨ ବର୍ଷ ଏବଂ ପୀଡିତଙ୍କୁ ୧୪ ବର୍ଷ ହୋଇଥିଲା। ପୀଡିତ ଅଭିଯୋଗ କରିଛନ୍ତି ଯେ, ସେ ନାବାଳକ ଥିବାବେଳେ ମେଲିସା ମାରି କାର୍ଟିସ ତାଙ୍କ ସହ ଯୌନ ସମ୍ପର୍କ ରଖିଥିଲେ। ୨୦ରୁ ଅଧିକ ସେ ମୋ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଗତ ଅକ୍ଟୋବର ୩୧ରେ ତାଙ୍କୁ ଗିରଫ କରିବା ପାଇଁ ଏକ ୱାରେଣ୍ଟ ମିଳିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button