୪୨୦ରନ୍ରେ ଇଂଲଣ୍ଡ ଟିମ୍ ଅଲଆଉଟ୍ – Ibnodisha
[ad_1]
ହାଇଦ୍ରାବାଦ୍: ଭାରତ-ଇଂଲଣ୍ଡ ୫ଟିକିଆ ଟେଷ୍ଟ ସିରିଜ୍ । ହାଇଦ୍ରାବାଦ୍ରେ ଚାଲିଛି ପ୍ରଥମ ଟେଷ୍ଟ । ତେବେ ପ୍ରଥମ ଟେଷ୍ଟର ୨ୟ ଇନିଂସରେ ଇଂଲଣ୍ଡ ଟିମ୍ ଅଲ୍ଆଉଟ୍ । ୪୨୦ ରନ୍ କରି ପୁରା ଟିମ୍ ଅଲ୍ଆଉଟ୍ ହୋଇଯାଇଛି । ଯାହାଫଳରେ ଭାରତୀୟ ଟିମ୍ ୨୩୦ ରନ୍ର ଟାର୍ଗେଟ ମିଳିଛି । ଇଂଲଣ୍ଡ ପକ୍ଷରୁ ଓଲି ପୋପ୍ ସର୍ବାଧିକ ୧୯୬ ରନ୍ କରିଛନ୍ତି । ବୋଲିଂରେ ଭାରତ ପକ୍ଷରୁ ଜଶପ୍ରୀତ୍ ବୁମ୍ରା ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଛନ୍ତି ।
ସେହିପରି ୨ୟ ପାରିରେ ୧୯୦ ରନ୍ରେ ପଛରେ ଥିବା ଇଂଲଣ୍ଡ ଫାଇଟ୍ ବ୍ୟାକ୍ କରିଥିଲା । ଆଉ ଜୋରଦାର୍ ବ୍ୟାଟିଂ କରି ଦଳକୁ ଏକ ଦୃଢ ସ୍ଥିତିରେ ଛିଡା କରିଛି । ୨ୟ ପାରିରେ ଇଂଲଣ୍ଡ ଟିମ୍ ଭାରତୀୟ ବୋଲରଙ୍କୁ ନିଜ ଉପରେ ପ୍ରଭାବ ପକାଇବାକୁ ଦେଇନଥିଲେ । ଯାହାଫଳରେ ସମସ୍ତ ଓ୍ୱିକେଟ୍ ହରାଇ ୪୨୦ ରନ୍ କରିବାରେ ସଫଳ ହୋଇଛି । ଦଳ ପକ୍ଷରୁ ଓଲି ପୋପ୍ ସର୍ବାଧିକ ୧୯୬ ରନ୍ କରିଥିବା ବେଳେ ବେନ୍ ଡୁକେଟ୍ ୪୭ ରନ୍ କରିଛନ୍ତି । ଆଉ କୌଣସି ବ୍ୟାଟସମ୍ୟାନ୍ ଆଖିଦୃଶିଆ ରନ୍ କରିନାହାନ୍ତି ।
ସେପଟେ ୨ୟ ଇନିଂସ ବୋଲିଂରେ ଭାରତ ପକ୍ଷରୁ ଜଶପ୍ରୀତ୍ ବୁମ୍ରା ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଛନ୍ତି । ତାଙ୍କ ପଛକୁ ରବିଚନ୍ଦ୍ରନ ଅଶ୍ୱିନୀ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ୨ଟି ଓ୍ୱିକେଟ୍ ନେଇଛନ୍ତି । ବାକି ଅକ୍ଷର ପଟେଲଙ୍କ ଖାତାକୁ ଗୋଟିଏ ଓ୍ୱିକେଟ୍ ଆସିଛି ।
[ad_2]