ଖେଳ

ଆଜିଠୁ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ – Ibnodisha

[ad_1]

ବିଶାଖାପାଟଣା: ବିଶାଖାପାଟଣାରେ ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ। ସକାଳ ୯ଟା ୩୦ରେ ଆରମ୍ଭ ହେବ ମ୍ୟାଚ୍। ପ୍ରଥମ ମ୍ୟାଚରେ ପରାସ୍ତ ହେବାପରେ ଏହି ମୁକାବିଲାକୁ ଜିତି ସ୍ଥିତି ବରାବର କରିବା ଲାଗି ଉଦ୍ୟମ କରିବ ଟିମ୍ ଇଣ୍ଡିଆ। ପ୍ରଥମ ଟେଷ୍ଟରେ ଭାରତର ବ୍ୟାଟିଂ ବିଫଳତା ପାଇଁ ପରାଜୟ ବରଣ କରିଥିଲା। ତେଣୁ ଆଜିଠୁ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ପ୍ରଥମ ମ୍ୟାଚ୍‌ରେ କରିଥିବା ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରିବ।

ଅନ୍ୟପଟେ ଆହତ କାରଣରୁ ଦ୍ୱିତୀୟ ଟେଷ୍ଟ ଖେଳିବେନି ରବୀନ୍ଦ୍ର ଜାଡ଼େଜା ଏବଂ କେ.ଏଲ୍. ରାହୁଲ। ତେବେ ରାହୁଲଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍‌ ରଜତ ପାଟିଦର ଚୁଡ଼ାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି। ସେହିପରି ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଭାରତୀୟ ଦଳକୁ ଆସିଥିବା ସର୍ଫରାଜ୍‌ ଖାନ୍‌ ମଧ୍ୟ ଖେଳିବାର ସମ୍ଭାବନା ରହିଛି। ସେପଟେ ରବିନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ କୁଲଦୀପ ଯାଦବ କିମ୍ବା ୱାସିଂଟନ ସୁନ୍ଦର ଚୁଡ଼ାନ୍ତ ଏକାଦଶରେ ଖେଳିପାରନ୍ତି।

ସେହିପରି ଇଂଲଣ୍ଡ କଥା ଯଦି କହିବା ତାହାଲେ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଦଳକୁ ଫେରିଛନ୍ତି ଜିମି ଆଣ୍ଡ୍ରୁସନ୍‌। ଆଣ୍ଡ୍ରୁସନ୍‌ଙ୍କ ସହ ସମସ୍ତ ସ୍ପିନ୍ ବୋଲିଂ ଆକ୍ରମଣକୁ ନେଇ ପଡ଼ିଆକୁ ଓହ୍ଲାଇବ ଇଂଲଣ୍ଡ । ପ୍ରଥମ ଟେଷ୍ଟରେ ଭାରତର ବ୍ୟାଟିଂ କ୍ରମକୁ ଦୋହଲାଇ ଦେବାରେ ସ୍ପିନରଙ୍କ ବଡ଼ ଭୂମିକା ରହିଥିଲା। ଇଂଲଣ୍ଡ ଭଳି ଭାରତ ମଧ୍ୟ ୪ ସ୍ପିନରଙ୍କ ସହ ଜଣେ ଦ୍ରୁତ ବୋଲରଙ୍କୁ ନେଇ ଖେଳିପାରେ। ସିରିଜର ୫ଟି ମ୍ୟାଚରୁ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ବିଜୟ ସହ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button