ଖେଳ

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟ୍ବେଣ୍ଟି-୨୦ – Ibnodisha

[ad_1]

ନୂଆଦିଲ୍ଲୀ: ଗୁରୁବାରଠାରୁ ଏଠାରେ ଭାରତୀୟ ଦଳର ୱେ​‌ଷ୍ଟଇଣ୍ଡିଜ୍‌ ଗସ୍ତର ୩ୟ ଚରଣ ଆରମ୍ଭ ହେବ। ଗୁରୁବାର ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ। ୩ଟି ଫର୍ମାଟ ମଧ୍ୟରୁ ଟି୨୦ରେ ୱେଷ୍ଟଇଣ୍ଡିଜ୍‌ ଅପେକ୍ଷାକୃତ ଶକ୍ତିଶାଳୀ ଦଳ। ଘରୋଇ ୱେଷ୍ଟଇଣ୍ଡିଜ୍‌ ତା’ର ଦଳରେ ପ୍ରମୁଖ ଟି୨୦ ଖେଳାଳିଙ୍କୁ ସାମିଲ କରିଛି। ଅନ୍ୟପକ୍ଷରେ ଭାରତୀୟ ଦଳ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡ଼େଜାଙ୍କ ପରି ପୁରୁଖା ଖେଳାଳିଙ୍କୁ ବିଶ୍ରାମ ଦେଇଛି।

ହାର୍ଦିକ ପାଣ୍ଡ୍ୟା ନେତୃତ୍ବାଧୀନ ଭାରତୀୟ ଦଳରେ ଅଧିକାଂଶ ଯୁବ ଖେଳାଳି ରହିଛନ୍ତି। ତଥାପି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶୃଙ୍ଖଳା ଜିତିବା ପାଇଁ ଏହି ଯୁବ ଭାରତୀୟ ଦଳ ସମର୍ଥ। ଅନ୍ୟପକ୍ଷରେ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳାର ନିରାଶାକୁ ଭୁଲି ଟ୍ବେଣ୍ଟି୨୦ରେ ଭଲ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଛି ୱେଷ୍ଟଇଣ୍ଡିଜ୍‌।

ମୋଟଉପରେ ଏହି ଶୃଙ୍ଖଳା ସଂଘର୍ଷପୂର୍ଣ୍ଣ ଓ ରୋଚକ ହେବ ବୋଲି ଅନୁମାନ କରାଯାଉଛି। ଆଇପିଏଲ୍‌ ଖେଳୁଥିବା ୱେଷ୍ଟଇଣ୍ଡିଜ୍‌ର ବେଶ୍‌ କିଛି ଖେଳାଳି ଦଳରେ ରହିଛନ୍ତି। ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଜିତିବା ପରେ ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତି ସ୍ବଦେଶ ଫେରିବା ଲକ୍ଷ୍ୟ ଭାରତ ରଖିଛି। ଭାରତର ଏହା ୨୦୦ତମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ହେବ। କେବଳ ପାକିସ୍ତାନ (୨୨୩) ଭାରତଠାରୁ ଅଧିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button