ରାଜ୍ୟ

ଟ୍ରକ୍ ଦୁର୍ଘଟଣାରେ ଜଣେ ମୃତ – Ibnodisha

[ad_1]

ବାରଙ୍ଗ: ତ୍ରିଶୁଳିଆ-ବାଙ୍କୀ ମୁଖ୍ୟ ରାସ୍ତା ମୁଣ୍ଡମୁହାଣ ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ଉପରେ ଟ୍ରକ୍ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ବ୍ୟକ୍ତି ଜଣକ ବାରଙ୍ଗ ଥାନା ଅନ୍ତର୍ଗତ ଫକିରପଡା ଗ୍ରାମ ଭୋଇସାହିର ଅନନ୍ତ ଭୋଇ(୫୦) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଅନନ୍ତ ସାଇକେଲ ଯୋଗେ ଘରକୁ ଯାଉଥିବାବେଳେ ତ୍ରିଶୁଳିଆ-ବାଙ୍କୀ ମୁଖ୍ୟ ରାସ୍ତାର ମୁଣ୍ଡମୁହାଣ ଗାଁ ଖେଳପଡିଆ ନିକଟରେ ତାଙ୍କୁ ଏକ ୧୦ଚକିଆ ଅଶୋକ ଲି୍‌ଲେନ୍ ଟ୍ରକ୍ ଓଭର୍‌ଟେକ୍ କରି ଯାଉଥିବାବେଳେ ଟ୍ରକ୍‌ର ଡାଲା ଅନନ୍ତଙ୍କ ଦେହରେ ବାଜି ଯାଇଥିଲା ।

ଫଳରେ ଅନନ୍ତ ଭାରସାମ୍ୟ ହରାଇ ଟ୍ରକର ଚକାତଳକୁ ଚାଲିଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଗାଡି ଛାଡି ଫେରାର ହୋଇଯାଇଥିଲା । ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ବ୍ୟବଛେଦ ପାଇଁ କଟକ ବଡଡାକ୍ତରଖାନା ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଜବତକରି ଘଟଣାରେ ତଦନ୍ତ ଚଳାଇଛି । ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ କିଛି ସମୟ ଧରି ରାସ୍ତା ଅବରୋଧ କରିବାରୁ ଉଭୟପାଶ୍ୱର୍ରେ ଶହ ଶହ ଗାଡିମୋଟର ଅଟକି ରହିଥିବା ଦେଖିବାକୁ ମିଳିଥିଲା । ପୁଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସୁଧୁରିଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button