ଦେଶ
ରାଜସ୍ଥାନ ଥାନାରେ ହାଜର ହେବେ ବାବା ରାମଦେବ – Ibnodisha

[ad_1]
ଯୋଧପୁର: ଧାର୍ମିକ ଭାବନା କ୍ଷୁଣ୍ଣ କରିଥିବା ଅଭିଯୋଗରେ ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ଚଳିତବର୍ଷ ପ୍ରାରମ୍ଭରେ ରାଜସ୍ଥାନର ଏକ ଥାନାରେ ଏତଲା ଦାଏର କରାଯାଇଥିଲା । ତେବେ ରାଜସ୍ଥାନ ହାଇକୋର୍ଟ ଗୁରୁବାର ତାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଥିଲେ ସୁଦ୍ଧା ଅକ୍ଟୋବର ୫ ସକାଳ ୧୧ଟା ୩୦ ମିନିଟରେ ବାଡମେର ଜିଲ୍ଲାର ଛୋଟନ୍ ଥାନାରେ ହାଜର ହେବାକୁ ରାମଦେବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତଦିନ ଥାନା ଅଧିକାରୀ ରାମଦେବଙ୍କ ବୟାନ ରେକର୍ଡ ମଧ୍ୟ କରିବେ ।
ସୂଚନାଯୋଗ୍ୟ ଚଳିତବର୍ଷ ଫେବୃଆରୀ ୨ରେ ବାଡମେର ଜିଲ୍ଲାରେ ଏକ ଧାର୍ମିକ ଅନୁଷ୍ଠାନରେ ଯୋଗଦେଇଥିବାବେଳେ ରାମଦେବ ଇସଲାମ ଧର୍ମ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଫଳରେ ପଠାଇ ଖାନ୍ ନାମକ ଜଣେ ବ୍ୟକ୍ତି ଫେବୃଆରୀ ୫ରେ ରାମଦେବଙ୍କ ବିରୋଧରେ ଏତଲା ଦାଏର କରିଥିଲେ । ପୁନଶ୍ଚ ଅକ୍ଟୋବର ୧୬ରେ କେସ୍ ଡାଏରୀ ଦାଖଲ କରିବାକୁ ହାଇକୋର୍ଟ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
[ad_2]