ଖେଳ

ଦିନିକିଆ ବିଶ୍ୱକପରେ ଭାରତର ସେମିଫାଇନାଲ ଯାତ୍ରା – Ibnodisha

[ad_1]

ମୁମ୍ବାଇ : ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ଓଭରାଲ ୭ମ ଥର ପାଇଁ ଟିମଇଣ୍ଡିଆ ସେମିକୁ ଉନ୍ନୀତ ହୋଇଛି । ଏହା ମଧ୍ୟରୁ ୩ଥର ବିଜୟ ସହ ଫାଇନାଲରେ ପ୍ରବେଶ କରିଥିବା ବେଳେ ୨ ଥର ଚାମ୍ପିୟନ ହୋଇଛି । ୧୯୮୩ରେ ଭାରତ ୬ ୱିକେଟରେ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଶେଷରେ ୱେଷ୍ଟଇଣ୍ଡିଜ ହରାଇ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା । ୧୯୮୭ରେ ଟିମ ଇଣ୍ଡିଆ ପୁନର୍ବାର ବିଶ୍ୱକପର ସେମିକୁ ଉନ୍ନୀତ ହୋଇଥିଲେ ମଧ୍ୟ ଇଂଲଣ୍ଡଠାରୁ ହାରି ଅଭିଯାନ ଶେଷ କରିଥିଲା । ୧୯୯୬ରେ ଭାରତ ଭଲ ପ୍ରଦର୍ଶନ କରି ସେମିରେ ପ୍ରବେଶ କରିଥିଲା । ମାତ୍ର ଶ୍ରୀଲଙ୍କାଠାରୁ ପରାଜିତ ହୋଇ ଫାଇନାଲରେ ପ୍ରବେଶ କରିପାରି ନ ଥିଲା । ୨୦୦୩ରେ କେନିୟାକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା । ୨୦୧୧ରେ ପାକିସ୍ତାନକୁ ୨୯ ରନରେ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ଟାଇଟଲ ମୁକାବିଲାରେ ଶ୍ରୀଲଙ୍କାକୁ ପରାଜିତ କରି ଚାମ୍ପିୟନ ହୋଇଥିଲା । ୨୦୧୫ ବିଶ୍ୱକପରେ ଭାରତ ଲିଗ ପର୍ଯ୍ୟାୟରେ ଭଲ ଖେଳିଥିଲେ ମଧ୍ୟ ସେମିରେ ଅଷ୍ଟ୍ରେଲିଆ ନିକଟରୁ ୯୫ ରନରେ ପରାଜିତ ହୋଇଥିଲା । ୨୦୧୯ରେ ନ୍ୟୁଜିଲାଣ୍ଡ ୧୮ ରନରେ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ନକଆଉଟ ପର୍ଯ୍ୟାୟରେ ଭାରତର ପ୍ରଦର୍ଶନ ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ନାହିଁ । ଏ ପର୍ଯ୍ୟନ୍ତ ଉଭୟ ଟିମ ୩ଥର ସାମ୍ନାସାମ୍ନି ହୋଇଛନ୍ତି ଏବଂ ଭାରତ ସବୁଥିରେ ପରାଜିତ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button