ଡ୍ୟାମରେ ବୁଡି ୪ ଛାତ୍ର ମୃତ; ଏବେ ବି ୨ ନିଖୋଜ – Ibnodisha

[ad_1]
ରାଞ୍ଚି: ଝାଡଖଣ୍ଡର ଲୋଟୱା ଡ୍ୟାମରେ ଅଘଟଣ । ଗାଧୋଇବା ବେଳେ ବୁଡିଯାଇ ୪ ଛାତ୍ର ପ୍ରାଣ ହରାଇଥିବା ବେଳେ ଅନ୍ୟ ୨ ନିଖୋଜ ହୋଇଯାଇଛନ୍ତି । ଏବେ ସୁଦ୍ଧା ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇସାରିଛି । ଏବେ ମଧ୍ୟ ଅନ୍ୟ ଦୁଇ ନିଖୋଜ ରହିଛନ୍ତି । ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି ରହିଛି । ସମସ୍ତ ମୃତ ଓ ନିଖୋଜ ଛାତ୍ର ସ୍ଥାନୀୟ ମାଉଣ୍ଟ ଅମାଉଣ୍ଟ ସେକେଣ୍ଡାରୀ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ସୂଚନା ଅନୁସାରେ, ଏହି ଛାତ୍ରମାନେ ହଜାରିବାଗର ମାଉଣ୍ଟ ଅମାଉଣ୍ଟ ସେକେଣ୍ଡାରୀ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପାଠ ପଢୁଥିଲେ । ଆଜି ସେମାନେ ସ୍କୁଲ ଯିବା ସମୟରେ ଗାଧୋଇବା ଉଦ୍ଦେଶ୍ୟରେ ହଜାରିବାଗରୁ ପ୍ରାୟ ୧୫ କି.ମି ଦୂରରେ ଥିବା ଏହି ଲୋଟୱା ଡ୍ୟାମରେ ପହଞ୍ଚିଥିଲେ । ମାତ୍ର ଗାଧୋଇବା ସମୟରେ ସମସ୍ତ ୬ ଜଣ ବୁଡି ଯାଇଥିଲେ । କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲା ।
ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନେ ସୁନିତ କୁମାର, ଶିବ ସାଗର, ଇଶାନ ସିଂ ଓ ମୟଙ୍କ ଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଦୁଇ ଛାତ୍ରଙ୍କ ସମ୍ପର୍କରେ କୌଣସି ପତ୍ତା ମିଳନି । ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ପୋଲିସ, ଅଗ୍ନିଶମ ବାହିନୀର ଟିମ ରବରବୋଟ ମାଧ୍ୟମରେ ଜଳଭଣ୍ଡାରରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସଂଧ୍ୟା ସୁଦ୍ଧା ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଉଛି । ଅଘଟଣର କାରଣ ସମ୍ପର୍କରେ ଜଣାପଡିନଥିଲେ ସୁଦ୍ଧା, ପହଁରା ନଶିଖି ଅଥଳ ପାଣିରେ ପ୍ରବେଶ କରିବା କିମ୍ବା ଅଧିକ ସ୍ରୋତ କାରଣରୁ ଭାସିଯାଇ ଏହି ଅଘଟଣ ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ଉଦ୍ଧାର ମୃତଦେହକୁ ପୋଲିସ ସ୍ଥାନୀୟ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଛାତ୍ରଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟ ହସ୍ପିଟାଲରେ ପହଞ୍ଚିଛନ୍ତି ।
[ad_2]




