ଦେଶ

ସବୁ ନାଗରିକଙ୍କ ପାଇଁ ବାଧ୍ୟତାମୂଳକ ହେବ ବିବାହ ପଞ୍ଜୀକରଣ ! – Ibnodisha

[ad_1]

ନୂଆଦିଲ୍ଲୀ: ଏଣିକି କଡ଼ାକଡ଼ି ଲାଗୁ ହେବ ଭାରତରେ ବିବାହ ପଞ୍ଜିକରଣ ଆଇନ୍ । ଆଇନ୍ ଆୟେଗ କଲେ ସୁପାରିଶ । ଠକଙ୍କୁ ଆଉ ନାହିଁ ନିସ୍ତାର…ଖାଲି କାର୍ଯ୍ୟକାରୀ ହେବାକୁ ରହିଲା ବାକି । ଏନ୍‌ଆର୍‌ଆଇ ଭାରତୀୟ ନାଗରିକଙ୍କ ମଧ୍ୟରେ ବିବାହ ଠକେଇ ମାମଲା ବୃଦ୍ଧି ନେଇ ଉଦ୍‌ବେଗ ପ୍ରକାଶ କଲେ ଆଇନ ଆୟୋଗ । କମିଶନ ସୁପାରିଶ କରିଛନ୍ତି ଯେ ଏନ୍‌ଆର୍‌ଆଇ ଓ ଭାରତୀୟ ନାଗରିକଙ୍କ ମଧ୍ୟରେ ଥିବା ସମସ୍ତ ବିବାହ ବାଧ୍ୟତାମୂଳକ ଭାବେ ଭାରତରେ ପଞ୍ଜୀକୃତ ହେବା ଉଚିତ୍ । ଏହା ସହିତ କମିଶନ୍ ମଧ୍ୟ ଏହି ସମସ୍ୟାର ମୁକାବିଲା ପାଇଁ ଏକ ବିସ୍ତୃତ ଆଇନ ପାଇଁ ଦାବି କରିଛନ୍ତି । ଆଇନ୍ ଆୟୋଗର ଚେୟାରମ୍ୟାନ୍ ଅବସରପ୍ରାପ୍ତ ଜଷ୍ଟିସ୍ ରୁତୁରାଜ ଆୱସ୍ତି ଆଇନ ମନ୍ତ୍ରଣାଳୟକୁ ‘ଅଣ-ବାସିନ୍ଦା ଭାରତୀୟ’ ତଥା ବିଦେଶୀ ନାଗରିକଙ୍କ ସମ୍ବନ୍ଧୀୟ ମ୍ୟାଟ୍ରିମୋନିଆଲ୍ ଇସୁ’ ଶୀର୍ଷକ ଏକ ରିପୋର୍ଟ ଦାଖଲ କରିଛନ୍ତି ।

ଏହି ରିପୋର୍ଟରେ ଆୟୋଗ ମତ ଦେଇଛନ୍ତି ଯେ ଅଣ-ରେସିଡେଣ୍ଟ ଇଣ୍ଡିଆନ୍ସ (ଏନଆରଆଇ) ଓ ଓଭରସିଜ୍ ସିଟିଜେନ୍ସ ଅଫ୍ ଇଣ୍ଡିଆନ୍ ଅରିଜିନ୍‌ର ବିବାହର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବିତ କେନ୍ଦ୍ରୀୟ ଆଇନ ଏକ ପର୍ଯ୍ୟାପ୍ତ ବ୍ୟାପକ ଆଇନ ହେବା ଉଚିତ୍ । ଅବସରପ୍ରାପ୍ତ ଜଷ୍ଟିସ ରିତୁରାଜ ଆୱସ୍ତୀ ଏ ସମ୍ପର୍କରେ ଭାରତର ଆଇନ ମନ୍ତ୍ରୀ ଅର୍ଜୁନ୍ ରାମ ମେଘୱାଲଙ୍କୁ ଏକ ସୁପାରିଶ ପତ୍ର ଲେଖିଛନ୍ତି ।

ଏଥିରେ ସେ କହିଛନ୍ତି ଯେ ଏନ୍‌ଆର୍‌ଆଇ ଓ ଭାରତୀୟ ନାଗରିକଙ୍କ ମଧ୍ୟରେ ବିବାହ ପ୍ରସଙ୍ଗରେ ବଢୁଥିବା ଠକେଇ ଚିନ୍ତାଜନକ ରହିଛି । ଅନେକ ରିପୋର୍ଟରେ ମଧ୍ୟ ଏହା ବଢୁଥିବା ଧାରାକୁ ପ୍ରକାଶ କରିଛି ଯେଉଁଠାରେ ଏହି ବିବାହ ଜାଲିଆତି ହୋଇ ଭାରତୀୟ ପତି-ପତ୍ନୀ ବିଶେଷ କରି ମହିଳାମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ଛାଡି ଦେଉଛନ୍ତି । ଆୟୋଗ କହିଛନ୍ତି ଯେ ଏଭଳି ଆଇନ କେବଳ ଏନ୍‌ଆର୍‌ଆଇ ପାଇଁ ନୁହେଁ ବରଂ ଭାରତୀୟ ମୂଳର ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ ମାନ୍ୟତା ସହିତ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବା ଉଚିତ୍ । ଭାରତୀୟ ନାଗରିକଙ୍କ ମଧ୍ୟରେ ଥିବା ସମସ୍ତ ବିବାହ ବାଧ୍ୟତାମୂଳକ ଭାବରେ ଭାରତରେ ପଞ୍ଜୀକୃତ ହେବା ଜରୁରୀ ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button